Odia News Portal

ଡଙ୍ଗାରେ ପାର ହୋଇ ପରୀକ୍ଷା ଦେବାକୁ ଗଲେ ୪୦ ଜଣ ଛାତ୍ରଛାତ୍ରୀ

ପୁରୀ : ଡଙ୍ଗା ପାର ହୋଇ ମାଟ୍ରିକ ପରୀକ୍ଷା ଦେବାକୁ ଗଲେ ୪୦ ଜଣ ଛାତ୍ରଛାତ୍ରୀ । ପୁରୀ ଜିଲ୍ଳା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଦେବୀ ନଦୀରେ ବ୍ରିଜ କାମ ସଂପୂର୍ଣ୍ଣ ହୋଇନଥିବାରୁ ପ୍ରତି ବର୍ଷ ଜୀବନକୁ ବାଜି ଲଗାଇ ପରୀକ୍ଷା ଦେବାକୁ ଯାଉଛନ୍ତି ଛାତ୍ରଛାତ୍ରୀ । ନଦୀର ଅପରପାର୍ଶ୍ୱରେ ତାଳଦା ପଞ୍ଚାୟତର ପ୍ରାୟ ୨୦ ହଜାର ଲୋକ ନିର୍ଭର କରନ୍ତି । ବିଶେଷ କରି ମାଟ୍ରିକ ପରୀକ୍ଷା ସମୟରେ ଏରବାଂଶ ସ୍ଥିତ ପଢିଆରୀ ବିଦ୍ୟାପୀଠର ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ଡଙ୍ଗାରେ ପାର ହୋଇ ପରୀକ୍ଷା ଦେବାକୁ ଯାଇଥାନ୍ତି । ଦେବୀ ନଦୀ ଉପରେ ସେତୁ ନିର୍ବାଣ ପାଇଁ ୨୦୧୪ ମସିହାରେ ଟେଣ୍ଡର କରାଯାଇଥିଲା । ୨୦୧୬ରେ କାମ ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ବିଭାଗୀୟ ଅଧିକାରୀଙ୍କ ଖାମ ଖିଆଲି ନିତି ଯୋଗୁଁ ଦୀର୍ଘ ୫ ବର୍ଷ ହେଲା ବ୍ରିଜ କାମ ଅସଂପୂର୍ଣ୍ଣ ହୋଇପଡିରହିଛି ।