Odia News Portal

ଛୁଟି ଦିନରେ ଗାଁ ଗଣ୍ଡାରେ ବୁଲି ବୁଲି ଲୋକମାନଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା : ସରକାରୀ କାର୍ଯ୍ୟ ଦିବସରେ ସରକାରୀ କାର୍ଯ୍ୟାଳୟରେ ଆଉ ଛୁଟି ଦିନରେ ଗାଁ ଗଣ୍ଡାରେ ବୁଲି ବୁଲି ଲୋକମାନଙ୍କର ସମସ୍ୟାର ସମାଧାନ କରିବାରେ ଲାଗିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । ଛୁଟି ଦିନରେ ଜିଲ୍ଲାପାଳ ଉପସ୍ଥିତ ରହିଥିବାରୁ ଅନ୍ୟ ବିଭାଗର ଅଫିସରଠାରୁ କର୍ମଚାରୀ ପର୍ଯ୍ୟନ୍ତ ଏକ ପ୍ରକାର ଭାଲେଣି ପଡିଯାଇଛି । ଯେଉଁ ଦିନ ଯେଉଁ ଗାଁକୁ ଯିବାକୁ ଯୋଜନାଥିବ ଆଉ ଯେଉଁ ବିଭାଗର କାର୍ଯ୍ୟ ସମୀକ୍ଷା କରାଯିବ ସେହି ବିଭାଗର ଅଫିସରମାନଙ୍କୁ ହଠାତ୍ ଡକରା ଆସେ । ବିଭାଗୀୟ ଅଫିସରମାନେ ସେଠାରେ ପହଞ୍ଚିଯାଆନ୍ତି

ସେହି ପରିପ୍ରେକ୍ଷୀରେ ଆଜି ଜିଲାପାଳ ସମର୍ଥ ବର୍ମା କେନ୍ଦ୍ରାପଡା ବ୍ଲକର ଗୁଲନଗର ପଞ୍ଚୟାତର ଗୁଲନଗର ଓ ସୁଜାନଗର ଗ୍ରାମରେ ପହଞ୍ଚି ଗାଁ ଲୋକମାନଙ୍କ ସମସ୍ୟା ବୁଝିଥିଲେ । ଅଳ୍ପ କେଇଟା ଦିନତଳେ ଗାଁରେ ନିର୍ମିତ ହୋଇଥିବା ପକା୍କ ସଡକର ଦୟନିୟ ଅବସ୍ଥାକୁ ଗାଁ ଲୋକମାନେ ଜିଲ୍ଲାପାଳଙ୍କ ନଜରକୁ ଆଣିଥିଲେ । ଜିଲ୍ଲାପାଳ ନିଜେ ଗାଁରେ କାଦୁଅ ପାଣି ରାସ୍ତାରେ ଚାଲିଚାଲି ଦୟନୀୟ ଅବସ୍ଥା ଦେଖି ଥିଲେ ଓ ଏହାର ପ୍ରତିକାର ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ଛଡା ଗାଁର ବୁଢା ଗୋବିନ୍ଦଜୀଙ୍କ ଜମି ବାଡି ସମସ୍ୟା, ଗାଁ ପରିମଳ ସମସ୍ୟା ସମ୍ପର୍କରେଥିବା ଅଭିଯୋଗ ଶୁଣିଥିଲେ । ଗତ ୫ବର୍ଷ ପୂର୍ବରୁ ନିର୍ମିତ ହୋଇଥିବା ଏ.ଏନ୍.ଏମ୍. ସେଣ୍ଟରକୁ ଦେଖି ଜିଲ୍ଲାପାଳ ଚକିତ ହୋଇଯାଇଥିଲେ । ଏହି କେନ୍ଦ୍ରଟି ଗତ କିଛି ଦିନହେବ ପାଣିଘେରରେ ରହିଥିବା, କେନ୍ଦ୍ରମଧ୍ୟକୁ ରାସ୍ତା କାମ, ବିଜୁଳି ଓ ପାଣି ସଂଯୋଗ ନଥିବା ବେଳେ କେନ୍ଦ୍ରଟି ବିଭିନ୍ନ ଅନାବନା ଗଛରେ ଆବଦ୍ଧ ହୋଇଯାଇଛି । ଏହି ପରି ବିଚିତ୍ର ସ୍ୱାସ୍ଥ୍ୟ ବ୍ୟବସ୍ଥା ଜିଲ୍ଲାପାଳଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ତୁରନ୍ତ ଏହାର କାର୍ଯ୍ୟକ୍ଷମ କରିବାପାଇଁ ଜିଲାପାଳ ଏନ.ଆର.ଆଇ.ଏଚ୍.ଏମ୍ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥବା ସହ କେନ୍ଦ୍ରକୁ ରାସ୍ତା ନିର୍ମାଣ କରିବାପାଇଁ ଜିଲ୍ଲା ପରିଷଦ ଫଣ୍ଡର ଇନ୍ଷ୍ଟ୍ରେଟ୍ ମନି ଫଣ୍ଡରୁ ଆବଶ୍ୟକୀୟ ଖର୍ଚ୍ଚ ଯୋଗାଇ ଦେବାପାଇଁ କହିଛନ୍ତି ।

ଗାଁ ରାସ୍ତାର ଅବରୋଧ ମୁକ୍ତ କରିବାପାଇଁ କେନ୍ଦ୍ରାପଡା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗାଁର ୧୨ଜଣ ଭୂମୀହୀନ ଲୋକ ସରକାରଙ୍କ ପକ୍ଷରୁ ଭୂମିହୀନ ପଟ୍ଟା ପାଇଥିଲେ  ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ପ୍ରଶାସନ ଜାଗା ଚିହ୍ନଟ କରିପାରୁନହାଁନ୍ତି । ଭୂମୀହୀନ ଲୋକମାନଙ୍କ ଏହି ଅଭିଯୋଗ ଶୁଣି ଜିଲାପାଳ ଏହା ତୁରନ୍ତ ସମାଧାନ କରିବାପାଇଁ ପ୍ରତିଶ୍ରୃତି ଦେଇଥିଲେ । ଜିଲ୍ଲାପାଳଙ୍କ ସହିତ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଦିପକ କୁମାର ରାଉତ, କନିଷ୍ଠ ଯନ୍ତ୍ରୀ ମଧୁସୁଦନ ଦାସ ପ୍ରମୁଖ ପ୍ରସାଶନ ଉପସ୍ଥିତଥିଲେ । ଗ୍ରାମବାସୀ ପକ୍ଷରୁ ସରପଞ୍ଚ ପୀତବାସ ବେହେରା,ପୂର୍ବତନ ସରପଞ୍ଚ କରୁଣାକର ସାହୁ, ନ୍ୟାୟ ସରପଞ୍ଚ ସୁଜାତା ସାହୁ,ସ୍ୱାଧୀନତା ସଂଗ୍ରାମୀ ନକୁଳ ଦାସ,ସନାତନ ଗେରୁ,ମୃତ୍ୟୁଞ୍ଜୟ ସାହୁ, ରବିନ୍ଦ୍ର ରଥ, ଅନନ୍ତ କୁମାର ସାହୁ, ମୃଳାଣକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।