Odia News Portal

୭,୨୫୭ ପିଲା ପାଇବେ କାଳିଆ ଛାତ୍ରବୃତ୍ତି

ଭୁବନେଶ୍ୱର() କାଳିଆ ଯୋଜନାକୁ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସମୀକ୍ଷା ବୈଠକ । ରାଜ୍ୟରେ ମେଧାବୀ ଛାତ୍ରୀଛାତ୍ରମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘କାଳିଆ ଛାତ୍ରବୃତ୍ତି’ ପ୍ରଦାନ କରୁଛନ୍ତି। କାଳିଆ ବୃତ୍ତି ଯୋଜନାରେ ଆବେଦନ କରିଛନ୍ତି ୧୯,୨୪୭ ଜଣ । ୭,୨୫୭ ଆବେଦନକାରୀଙ୍କୁ ମିଳିଲା ମଞ୍ଜୁରୀ । ନୋଡାଲ ଅଫିସରଙ୍କ ଜରିଆରେ ୬୬୨ ଆବେଦନ ପତ୍ରକୁ ସ୍ବୀକୃତି ମିଳିଛି । ରାଜ୍ୟର ମୋଟ୍ ୧୮୭ଟି କଲେଜରୁ ଆସିଥିଲା ଆବେଦନ ପତ୍ର ।

‘କାଳିଆ’ ଯୋଜନାକୁ ବ୍ୟାପକ କରାଯିବା ଲାଗି ‘କାଳିଆ ଛାତ୍ରବୃତ୍ତି’ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ‘କାଳିଆ’ ଯୋଜନା ହିତାଧିକାରୀଙ୍କ ପିଲାମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ଲାଭ ପାଇପାରିବେ ।