ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କୋରୋନା ମହାସଙ୍କଟ ଦେଖା ଦେଇଛି । ଯାହାର ପ୍ରଭାବ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ଉପରେ ପଡିଛି । ଏହାର ପ୍ରଭାବ ମୂଲ୍ୟବାନ ଧାତୁର ମୂଲ୍ୟ ଉପରେ ଦେଖିବାକୁ ମିଳୁଛି । କୋରୋନା ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁରେ ମୂଲ୍ୟରେ କ୍ରମାଗତ ହ୍ରାସ-ବୃଦ୍ଧି ଲାଗି ରହିଛି । ଅନ୍ୟପକ୍ଷେ ଘରୋଇ ବଜାରରେ ମଧ୍ୟ ସୁନା-ରୁପା ମୂଲ୍ୟରେ କ୍ରମାଗତ ବୃଦ୍ଧି ରେକର୍ଡ କରାଯାଉଛି । ଆଜି(ଶନିବାର) ଦେଶରେ ସୁନା ମୂଲ୍ୟରେ ୭୫୫ ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୩,୭୫୫ ଟଙ୍କା ପହଞ୍ଚିଛି । ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୪୩,୦୦୦ ଟଙ୍କାରେ ବନ୍ଦ ହୋଇଥିଲା ।
ଅନ୍ୟପଟେ ଆଜି ରୁପା ମୂଲ୍ୟରେ ମଧ୍ୟ ବୃଦ୍ଧି ପାଇଛି । ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୧୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୧,୧୦୦ ଟଙ୍କା ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୧,୦୦୦ ଟଙ୍କା ଥିଲା ।
ସେହିପରି ଆଜି ଅର୍ଥାତ ଏପ୍ରିଲ ୧୧ରେ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନା ମୂଲ୍ୟରେ ବୃଦ୍ଧି ଘଟିଛି । ଆଜି ଭୁବନେଶ୍ୱରରେ ସୁନା ମୂଲ୍ୟରେ ୧୮୦ ଟଙ୍କା ବୃଦ୍ଧି ପାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୪,୦୯୦ ଟଙ୍କା ପହଞ୍ଚିଛି । ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୪୩,୯୧୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ୪୦,୪୧୬ ଟଙ୍କା ରହିଛି । ଯାହା ଗତକାଲି ୪୦,୧୫୦ ଟଙ୍କାର ରହିଛି ।
ଅନ୍ୟପକ୍ଷେ ଭୁବନେଶ୍ୱରରେ ରୁପା ମୂଲ୍ୟରେ ମଧ୍ୟ ୧୦୦ ଟଙ୍କାର ବୃଦ୍ଧି ରେକର୍ଡ ହୋଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୧,୧୦୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୧,୦୦୦ ଟଙ୍କା ଥିଲା ।