Odia News Portal

ବାରିପଦା ସହରରେ ବୁଲୁଛି କଲରାପତରିଆ ବାଘ

ବାରିପଦା ସହରରେ ବୁଲୁଛି କଲରାପତରିଆ ବାଘ। ଖାଦ୍ୟ ଅନ୍ୱେଷଣରେ ଶିମିଳିପାଳ ଅଭୟାରଣ୍ୟରୁ ବାଘଟି ପଳାଇ ଆସି ସହର ମୁହାଁ ହୋଇଥିବା କୁହାଯାଉଛି।  ସହରରେ ବାଘ ବୁଲୁଥିବା ଖବର ଶୁଣି ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

ଆଜି ସକାଳ ୬ଟା ସମୟରେ ବାରିପଦା ସହର ଭଞ୍ଜପୁର ସ୍ଥିତ ବାଘ ଘର ଗଳି ବୁଢ଼ୀଖମାରିଆ ପ୍ରାଥମିକ ବିଦ୍ୟାଳୟ ନିକଟରେ କୁକୁରମାନେ ଜୋରରେ ଭୁକିଥିଲେ। ଏହି ସମୟରେ ଏକ କଲରାପତରିଆ ବାଘ କୁକୁର ଭୁକିବା ଭୟରେ ପାଚେରି ଡେଇଁ ସ୍କୁଲ ପରିସରରେ ପଶିଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ବନ ବିଭାକୁ ଖବର ଦେଇଥିଲେ।