Odia News Portal

ବଲାଙ୍ଗୀର ପାଟଣାଗଡ଼ରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡିବା ଘଟଣା : ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ନିନ୍ଦା କଲା ବିଜେଡି

ପ୍ରବାଦ ପୁରୁଷଙ୍କୁ ଅସମ୍ମାନ। ବଲାଙ୍ଗୀର ପାଟଣାଗଡ଼ ପର୍ଶୁରାମ ଛକରେ ହୁତ୍ ହୁତ୍ ହୋଇ ଜଳିଗଲା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି  ।  ପ୍ରତିମୂର୍ତ୍ତି ସ୍ଥାପନ ନେଇ ବିବାଦ ଥିବା ବେଳେ ଏବେ କେହି ଦୁର୍ବୃତ୍ତ ଏଥିରେ ନିଆଁ ଲଗାଇ ପ୍ରତିମୂର୍ତ୍ତିକୁ ଜାଳି ଦେଇଛି  ।   ତେବେ ବିବାଦୀୟ ସ୍ଥାନ ପର୍ଶୁରାମ ଛକରେ ମୂର୍ତ୍ତି ସ୍ଥାପନ ନେଇ ପୂର୍ବରୁ ବିରୋଧ ହୋଇ ଆସୁଥିଲା ।  ପୂର୍ବତନ ବିଧାୟକ ସରୋଜ ମେହେର ବିଜୁ ପ୍ରତିମୂର୍ତ୍ତି ସ୍ଥାପନା କରିବାକୁ ଯାଉଥିବା ବେଳେ ଏହାକୁ ବ୍ରାହ୍ମଣ ସମାଜ ବିରୋଧ କରିଥିଲେ । ସେହି ସ୍ଥାନରେ ପର୍ଶୁରାମ ମୂର୍ତ୍ତି ପ୍ରତିଷ୍ଠା ପାଇଁ ଜିଦ କରିଥିଲେ  ।  

ଏପରିକି ମାସେ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ ବ୍ରାହ୍ମଣ ସମାଜ ।  ଶେଷରେ ପ୍ରଶାସନର ନିର୍ଦ୍ଦେଶରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଜରି ଗୁଡାହୋଇ ରଖାଯାଇଥିଲା  ।  ହେଲେ ଏବେ କେହି ଦୁର୍ବୃତ୍ତ ଆଜି ସକାଳୁ ପ୍ରତିମୂର୍ତ୍ତିକୁ ଜାଳି ଦେଇଥିବା ଦେଖିବାକୁ ମିଳିଛି । ପ୍ରତିମୂର୍ତ୍ତିକୁ ଜାଳିବା ନେଇ କେହି ଉସୁକାଇଥିବା ଲୋକେ ଅଭିଯୋଗ କରିଛନ୍ତି ।  ବିଜୁ ପ୍ରତିମୂର୍ତ୍ତି ଜଳିଯିବା ପରେ  ପାଟଣାଗଡ ଏନଏସି ପକ୍ଷରୁ ତୁରନ୍ତ ଜାଳି ଦେଇଥିବା ପ୍ରତିମୂର୍ତ୍ତିକୁ ସଫେଇ କରାଯାଉଛି ।  ତେବେ ଘଟଣାରେ କାହାର ସମ୍ପୃକ୍ତି ରହିଛି । କିଏ ଓ କାହିଁକି ନିଆଁ ଲଗାଇଲା ସେ ନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ସେପଟେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଜାଳିବା ପ୍ରସଙ୍ଗରେ ବିଜେଡି ର ମେଗା ପ୍ରେସ ମିଟ । ଦେବୀ ମିଶ୍ର, ଅରୁଣ ସାହୁ, ପ୍ରତାପ ଜେନା, ପ୍ରଣବ ବଳବନ୍ତରାୟ, ଦିବ୍ୟ ଶଙ୍କର ମିଶ୍ର ,  ଧ୍ରୁବ ସାହୁ ଉପସ୍ଥିତ ରହିଥିଲେ ।  ପାଟଣାଗଡ ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡି ଦିଆ ଯିବାକୁ ହୀନ ପ୍ରୟାସ କରାଯାଇଛି ।   ବିଜୁ ବାବୁଙ୍କ କଥା ଲିଭାଇବା ପାଇଁ ଲଗାତାର ଭାବେ ଚେଷ୍ଟା କରାଯାଉଛି । ଅକ୍ଷମଣୀୟ ଅପରାଧ ।  ତୁରନ୍ତ ଦୁର୍ବୃତ୍ତ ମାନଙ୍କୁ ଗିରଫ କରାଯାଉ ।  ବିଜୁ ବାବୁଙ୍କ ନାମକୁ  ଜନ ମାନସ ରୁ ହଟାଇବା ପାଇଁ ପ୍ରାୟୋଜିତ କାର୍ଯ୍ୟକ୍ରମ କରାଯାଉଛି।  ପ୍ରଥମେ ପଞ୍ଚାୟତିରାଜ ଦିବସ କୁ ହଟା ଗଲା ପରେ ବିଭିନ୍ନ ଯୋଜନା ରୁ ବିଜୁ ବାବୁଙ୍କ ନାଁ କୁ ହଟାଇ ଦିଆଗଲା ।  ବିଜେପି ଦ୍ଵାରା ପ୍ରାୟୋଜିତ ଷଡଯନ୍ତ୍ର । ବହୁମୂଲ୍ୟ ବିଜେପି କୁ ଆଗକୁ ଦିଆଯିବ ।