Odia News Portal
Browsing Tag

swadhikar news

ଶ୍ରୀମନ୍ଦିରରେ ଭିଡ , ଭକ୍ତ ଅସୁସ୍ଥ

ନୂଆବର୍ଷ ପୂର୍ବରୁ ବଡ଼ ଦାଣ୍ଡରେ ଉପୁଜିଛି ଠେଲାପେଲା ପରିସ୍ଥିତି। ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରବଳ ଜନ ସମାଗମ ହୋଇଥିବା ବେଳେ ଆଜି ଦେଖାଦେଇଛି ଠେଲାପେଲା ପରିସ୍ଥିତି। ଏଥିଯୋଗୁ ୧୦ ଭକ୍ତ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।

ରାଜଧାନୀରୁ ହାଇ ପ୍ରୋଫାଇଲ ମହିଳା ଗିରଫ

ଠକେଇ ମାମଲରେ ହାଇପ୍ରୋଫାଇଲ ମହିଳାକୁ ବାନ୍ଧିଲା କମିଶନରେଟ ପୋଲିସ । ବଡବଡିଆଙ୍କ ସହ ସମ୍ପର୍କ ଥିବା କହି ଖଣି ବ୍ୟବସାୟୀ, ବିଲଡରଙ୍କୁ ଧମକ ଦେଉଥିଲେ ଏବଂ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ। ଏବେ ଏହି ମହିଳାଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି ଇନଫୋସିଟି ଥାନା ପୋଲିସ । ଗିରଫ ମହିଳା

ରାଜଧାନୀରେ ଚାଞ୍ଚଲ୍ୟ: ଘରୋଇ ଲେଡିଜ୍ ହଷ୍ଟେଲରୁ ଫୁଡ ବ୍ଲଗରଙ୍କ ମୃତଦେହ ଉଦ୍ଧାର

ରାଜଧାନୀର ଇନଫୋସିଟି ଥାନା ଅନ୍ତର୍ଗତ ଆଦର୍ଶ ବିହାର କଲୋନିରେ ଥିବା ଏକ ଘରୋଇ ଲେଡିଜ୍ ହଷ୍ଟେଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସୋନାଲି ସଂଘମିତ୍ରା ପରିଡ଼ା। ସେ ଜଣେ ଫୁଡ ବ୍ଲଗର୍ ଭାବେ ଜଣାଶୁଣା। ଗତକାଲି ରାତିରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ସେ

 ଫସଲ କ୍ଷତି ଓ ମଣ୍ଡି ସମସ୍ୟା ସରକାରଙ୍କ ପାଇଁ ଏବେ ବଡ଼ ଆହ୍ୱାନ

ଅମଳ ସମୟରେ ୧ ସପ୍ତାହ ଧରି ଅଦିନିଆ ଲଘୁଚାପ ଜନିତ ଲଗାଣ ବର୍ଷା, ଫସଲ ନଷ୍ଟ ଏବଂ ୩ ଦିନରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟରେ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଓଡିଶା ଚାଷୀ ଭୟଙ୍କର ସଙ୍କଟ ଦେଇ ଗତି କରୁଛି । ପ୍ରକୃତିର ଶକ୍ତ ପ୍ରହାର ଚାଷୀର ମେରୁଦଣ୍ଡକୁ

 ୨୦୨୫ରେ ୩ ଥର ମିଳିବ ସୁଭଦ୍ରା ଟଙ୍କା

୨୦୨୫ ମସିହା ହେଉଛି ‘ସୁଭଦ୍ରା’ ଯୋଜନାର ବର୍ଷ। ଏହି ବର୍ଷ ସୁଭଦ୍ରା ଯୋଜନାରେ ମାଲେମାଲ ହେବେ ମହିଳା। କାରଣ ଆସନ୍ତା ବର୍ଷ ମହିଳା ହିତାଧିକାରୀମାନେ ୩ ଥର ପାଇବେ ସୁଭଦ୍ରା ଟଙ୍କା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆସନ୍ତା ବର୍ଷ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ

ଟ୍ରାଙ୍କୁଲାଇଜ୍‌ ହେଲା ଜିନ୍ନତ

ଶେଷରେ ଧରା ପଡିଲା ଜିନ୍ନତ। ଟ୍ରାଙ୍କୁଲାଇଜ୍‌ ହେଲା ବାଘୁଣୀ ଜିନ୍ନତ । ଜିନ୍ନତ ଉପରେ ନଜର ରଖିଥିଲା ସ୍ବତନ୍ତ୍ର ଟିମ୍‌ । ଡ୍ୟାମ ପାଖକୁ ଆସିଥିବାବେଳେ ଧରିଲା ବନ ବିଭାଗର  ସ୍ବତନ୍ତ୍ର ଟିମ୍‌ । ପଶ୍ଚିମବଙ୍ଗ ପୁରୁଲିଆରେ ଜିନ୍ନତକୁ ଟ୍ରାଙ୍କୁଲାଇଜ୍‌ କରାଯାଇଛି । ଏବେ ବାଘୁଣୀ ଜିନ୍ନତ ଅଚେତ

ଓସିଏ ସଭାପତି ପଦରୁ ବବି ଦାସଙ୍କ ଇସ୍ତଫା

ଓସିଏ ସଭାପତି ପଦରୁ ଇସ୍ତଫା ଦେଲେ ବବି ଦାସ । ଇସ୍ତଫା ଦେଇଥିବା ନେଇ ଓସିଏ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ଗତ ୨୦୨୨ ମସିହା ଅକ୍ଟୋବର ମାସରେ ଓସିଏର ସଭାପତି ଦାୟିତ୍ୱ ନେଇଥିଲେ ପ୍ରଣବ ପ୍ରକାଶ ଦାସ । ସେ ନିର୍ଦ୍ୱନ୍ଦ୍ୱରେ ଏହି ପଦ ପାଇଁ ନିର୍ବାଚିତ ହୋଇଥିଲେ ।

ରାଜ୍ୟରେ ଗଠନ ହେବ ଅଧିକ ନୂଆ ବ୍ଲକ୍: ରାଜସ୍ୱ ମନ୍ତ୍ରୀ

ରାଜ୍ୟରେ ଅଧିକ ସଂଖ୍ୟକ ନୂଆ ବ୍ଲକ ଗଠନ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ଆବଶ୍ୟକ ପଡ଼ିଲେ ସରକାର ଏକ କମିଶନ ଗଠନ କରିବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଆଜି ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ସୁରେଶ ପୂଜାରୀ

୩୧ରେ ୪ ଜିଲ୍ଲା ଯିବେ ନବୀନ

ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ଦେଖିବେ ନବୀନ ପଟ୍ଟନାୟକ । ୩୧ରେ ୪ ଜିଲ୍ଲା ଗ୍ରସ୍ତରେ ଯିବେ ବିରୋଧୀଦଳ ନେତା । ତେବେ ପୁରୀ , ଗଞ୍ଜାମ , ଜଗତସିଂହପୁର ଓ କେନ୍ଦ୍ରାପଡା ଗସ୍ତରେ ଯିବେ ନବୀନ । କ୍ଷତିଗ୍ରସ୍ତ ଚାଷ ଅଞ୍ଚଳ ବୁଲି ଦେଖିବା ସହ ଚାଷୀଙ୍କୁ ଭେଟିବେ । ସମ୍ପୃକ୍ତ ଅଧିକାରୀଙ୍କ ସହ

ଆଜି ବିଭିନ୍ନ ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ

ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତିର ଆକଳନ ପାଇଁ  ଉପକୂଳ ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ  । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟ ୩ଜଣ ମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତରେ ଯିବେ । ମୁଖ୍ୟମନ୍ତ୍ରୀ