Odia News Portal
Browsing Tag

odisha

କ୍ୟାପିଟାଲ ହସ୍ପିଟାଲରେ ୪୦ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ

କ୍ୟାପିଟାଲ ହସ୍ପିଟାଲ ସାରା କରୋନା ପଜିଟିଭ । ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ଆରମ୍ଭ କରି ଡାକ୍ତର ସମସ୍ତେ କରୋନାରେ ଆକ୍ରାନ୍ତ । କ୍ୟାପିଟାଲ ହସ୍ପିଟାଲରେ ମୋଟ ୧୪୪ ଜଣ ଡାକ୍ତରଙ୍କ ମଧ୍ୟରୁ ୪୦ ଜଣ ଡାକ୍ତର କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୦ ଜଣ ଘରେ ସଂଗରୋଧରେ ରହିଥିବାବେଳେ

ଆଜିଠୁ ଓଡିଶା ସିଭିଲ ସର୍ଭିସ ମେନ ପରୀକ୍ଷା ଆରମ୍ଭ

ଆଜିଠାରୁ ଆରମ୍ଭ ହେଉଛି ଓଡିଶା ସିଭିଲ ସର୍ଭିସ୍ ମେନ ପରୀକ୍ଷା । ପ୍ରଥମ ଦିନରେ ଓଡିଆ ଓ ଇଂରାଜୀ ବିଷୟରେ ପରୀକ୍ଷା ହେବ । ୫ଟି ଜୋନର ୧୬ଟି କେନ୍ଦ୍ରରେ କୋଭିଡ କଟକଣାରେ ପରୀକ୍ଷା ପାଇଁ ପ୍ରସ୍ତୁତି କରାଯାଇଛି । ପୂର୍ବାହ୍ନ ୯ଟାରୁ ୧୨ଟା ପର୍ୟ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ନ ୨ଟାରୁ ୫ଟା

ରାଜ୍ୟରେ ୨୧ ରୁ ବର୍ଷା

ପୁଣି ୨୧ରୁ ଓଡିଶାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ଉତ୍ତର ଉପକୂଳ ଓଡ଼ିଶା, କେନ୍ଦୁଝର, ମୟୂରଭଞ୍ଜ ଓ ପୁରୀର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ୨୨ ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର

ଜଳିଗଲା ଚଳନ୍ତା କାର

କଟକ: ଜଳିଗଲା ଚଳନ୍ତା କାର୍ । କଟକରୁ ଭୁବନେଶ୍ୱର ଯାଉଥିବା ସମୟରେ ଚଳନ୍ତା କାରରେ ଲାଗିଲା ନିଆଁ । ସଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ କାରରେ ନିଆଁ ଲାଗିଥିବାବେଳେ ଏଥିରେ କେହି ଆହତ ହୋଇନାହାନ୍ତି । କଟକ ଲିଙ୍କ ରୋଡ଼ ଓଭର ବ୍ରିଜ ଉପରେ ଘଟିଛି ଏହି ଦୁର୍ଘଟଣା ।

ସେନା ଦିବସରେ ସହିଦ ହେଲେ ଓଡିଆ ଯବାନ

ଗଜପତି: ଜାମ୍ମୁ-କାଶ୍ମୀରରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ସଶସ୍ତ୍ର ସୀମା ବଳ ବୀରପୁର ତାଲିମ କେନ୍ଦ୍ରରେ ଟ୍ରେନିଂ ବେଳେ ବିଦ୍ୟୁତ୍ ସଂଯୋଗରେ ଆସି ୩ ଯବାନ ସହିଦ ହୋଇଛନ୍ତି । ମୃତ ଯବାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ରାୟଗଡ ବ୍ଲକର କୁରୁଗୁବା ଗାଁର ପର୍ଶୁରାମ ଶବରଙ୍କ ମୃତ୍ୟୁ ହୋଇଛି

ଲକ୍ଷଣ ନଥିଲେ କରନ୍ତୁ ନାହିଁ କୋଭିଡ ଟେଷ୍ଟ

ଲକ୍ଷଣ ନଥିଲେ କରୋନା ଟେଷ୍ଟିଂ କରନ୍ତୁ ନାହିଁ । ପଜିଟିଭ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଯଦି ଆପଣଙ୍କ ପାଖରେ ଲକ୍ଷଣ ନାହିଁ ତେବେ ଟେଷ୍ଟିଂ କରିବା ଆବଶ୍ୟକ ନାହିଁ । କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍ ଅନୁସାରେ ବୃଦ୍ଧ ବ୍ୟକ୍ତିଙ୍କ ମଧ୍ୟରେ ଲକ୍ଷଣ କମ୍ ଥିଲେ ଆଇସୋଲେସନରେ

ଭୁବନେଶ୍ୱର ର ୩୮ ସ୍ଥାନ କୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଗଲା

ରାଜଧାନୀରେ ବଢୁଛି କଣ୍ଟେନମେଣ୍ଟ ଜୋନ୍ । ଜାଭିୟର ଇନଷ୍ଟିଚ୍ୟୁଟକୁ କରାଯାଇଛି କଣ୍ଟେନମେଣ୍ଟ । ୩୦ରୁ ଅଧିକ ପଜିଟିଭ୍ ଚିହ୍ନଟ ପରେ ନିଆଯାଇଛି ଏହି ପଦକ୍ଷେପ । ଏକ୍ସଆଇଏମବିକୁ ସମ୍ପୂର୍ଣ୍ଣ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମସି

ଟପ ୬ ଲିଷ୍ଟ୍ ରେ ଓଡିଶା

ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ-PFMS ରେ ଦେଶର ଶ୍ରେଷ୍ଠ ୬ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା । ଏହା ଗତ ବର୍ଷ ଜୁଲାଇ ପ୍ରଥମରେ ଆରମ୍ଭ ହୋଇଥିଲା। ୬ ମାସ ଭିତରେ ଓଡ଼ିଶା ସରକାର ଦେଖାଇ ଦେଇଛନ୍ତି ଯେ PFMS ଫ୍ରେମୱାର୍କ ଭଲ ଭାବେ କରିଛନ୍ତି। ଯେଉଁ ଟାର୍ଗେଟ ୩୧ ଡିସେମ୍ବର ସୁଦ୍ଧା

ଆଦିବାସୀଙ୍କ ମହାମେଳି

ପଞ୍ଚାୟତ ନିର୍ବାଚନରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷିତ ସରପଞ୍ଚ ପଦବୀ ଏବଂ ବ୍ଲକ ଚେୟାରମ୍ୟାନ ପଦବୀ ଗୁଡିକୁ ଉଛେଦ କରିଦେଇଥିବା ଅଭିଯୋଗରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ ଘେରାଉ । ସଂରକ୍ଷଣ ଆଇନ ଲାଗୁ କରିବା ଦାବିରେ ବଲାଙ୍ଗିର ଜ଼ିଲ୍ଲାପାଳ ଅଫିସ ଆଗରେ ଧାରଣା ଦେବେ ଆଦିବାସୀ ସଂଘ ।

ସ୍ଥିର ଅଛି ସୁନା ଦର ଜାଣନ୍ତୁ କେତେ

ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୦୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୦୮୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୫,୨୪୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ