ଭୁବନେଶ୍ୱର: ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ଯୁବତୀଙ୍କ ମୃତଦେହ । ଭୁବନେଶ୍ୱର ଭୀମଟାଙ୍କୀ ଅଞ୍ଚଳରୁ ଉଦ୍ଧାର ହୋଇଛି ମୃତଦେହ । ମୃତ ଯୁବତୀଙ୍କ ନାମ ହେଲା ମାମାଲି ଜେନା । ସେ ଡାକ୍ତରଙ୍କ ଘରେ କାମ କରୁଥିବା ସୂଚନା ମିଳିଛି । ତେବେ ପ୍ରେମଜନୀିତ କାରଣରୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ମା । ଝିଆ କୁଲୁ ଦାସ ନାମକ ଜଣେ ଯୁବକକୁ ପ୍ରେମ କରୁଥିଲା । ସେ ଗାଳି କରିବାରୁ ଆତ୍ମହତ୍ୟା କରିଥିବା କହିଛନ୍ତି ମୃତକଙ୍କ ମା । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର ବ୍ୟବଚେ୍ଛଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି । ଘଟଣାର ତଦନ୍ତ ଜାରି ରହିଛି ।