ଭୁବନେଶ୍ୱର: ଆସନ୍ତାକାଲି ହେଉଛି ଶୀତଳ ଷଷ୍ଠୀ । ଦେବ ଦମ୍ପତିଙ୍କ ବିବାହ । ମହାଦେବ ଶିବଙ୍କ ସହ ଗିରି ନନ୍ଦିନୀ ପାର୍ବତୀଙ୍କ ବିବାହ । ଏଥି ଲାଗି ଚଳ ଚଞ୍ଚଳ ହୋଇ ଉଠିଛି ସମ୍ବଲପୁର । ଏଠାରେ ପ୍ରସିଦ୍ଧ ଶୀତଳ ଷଷ୍ଠୀ ପର୍ବ ଚଳିତ ବର୍ଷ ଟିକେ ଫିକା ପଡିଛି । ତେବେ କରୋନା କଟକଣାକୁ ମାନି ପରମ୍ପରା ଅନୁଯାୟୀ ନୀତି କାନ୍ତି ଚାଲିଛି । ଆଜି ମାମୁଁଘର ଝାଡ଼ୁଆପଡ଼ାରୁ ମଉଳା ଭାର ଆସି କନ୍ୟା ଘରେ ପହଞ୍ଚିଛି । ମାମୁଁ ଘରୁ ଭାର ନେଇ ଆସିଥିବା ଅତିଥୀଙ୍କୁ ଚର୍ଚ୍ଚା କରିଛନ୍ତି କନ୍ୟା ପିତା । ତେବେ ଆସନ୍ତାକାଲି କଟକଣା ମଧ୍ୟରେ ବିବାହ ଅନୁଷ୍ଠିତ ହେବ ।
ଭୁବନେଶ୍ୱର ରାଜଧାନୀରେ ମଧ୍ୟ ପ୍ରଭୂ ଲିଙ୍ଗରାଜଙ୍କ କରୋନା କଟକଣା ମଧ୍ୟ ବିବାହ ଉତ୍ସବ ଲାଗି କାର୍ଯ୍ୟକ୍ରମ ଜାରି ରହିଛି । ନୀତିକାନ୍ତି ଅନୁସାରେ ସବୁ ପ୍ରସ୍ତୁତି ଚାଲିଛି । କରୋନା ନହୋଇଥିଲେ ବାଜା ବାଣରେ ଫାଟି ଥାଆନ୍ତା ପୁରା ଭୁବନେଶ୍ୱର । ସେପଟେ ସମ୍ବଲପୁରରେ ମଧ୍ୟ ବେଶ ଧୁମ ଧାମରେ ପାଳିତ ହୋଇଥାଏ ଏହି ପର୍ବ । ବାହାର ରାଜ୍ୟର କଳାକାରଙ୍କ କଳାକୃତି ସହ କେତେ ପାରମ୍ପାରିକ ବାଦ୍ୟ ଯନ୍ତ୍ରର ତାଳରେ ତାଳ ଦେଇ ନାଚି ଥାଆନ୍ତେ । ତେବେ କରୋନା ଲାଗି ସବୁ ଫିକା ପଡ଼ିଯାଇଛି ।