ଖୋର୍ଦ୍ଧା: ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ମୃତ ମହିଳା ଜଣଙ୍କ ଖୋର୍ଦ୍ଧା ଜିଲ୍ଲା ନିରାକାର ପୁର ଥାନା ରାମେଶ୍ୱର ଗ୍ରାମପଞ୍ଚାୟତ ଖଜୁରୀପଡା ଗ୍ରାମର ସାଇରନ ବିବି। କୋଣସି କାର୍ଯ୍ୟରେ ସେ ଘର ବାହାରକୁ ଯାଇଥିବା ସମୟରେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ |

ଅନ୍ଧାର ରାତିରେ ହଠାତ ରାସ୍ତା ଉପରକୁ ଚାଲିଆସି ଥିବା ଦନ୍ତା ହାତୀ ତାଙ୍କୁ କଚାଡି ମାରି ଦେଇଥିଲା ।ତେବେ ମହିଳାଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ଦେଖାଦେଇଛି । କିଛିଦିନ ହେବ ଏହି ଅଞ୍ଚଳରେ ୧୬ ଟିକିଆ ହାତୀ ପଲ ବହୁ ଉତ୍ପାତ କରି ଲୋକଙ୍କୁ ଅତିଷ୍ଠ କରିସାରିଲେଣି ।

କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ସମସ୍ୟାର କୌଣସି ସ୍ଥାୟୀ ସମାଧାନ ହୋଇପାରୁ ନାହିଁ । ତେବେ ମୃତକର ପରିବାରକୁ କ୍ଷତିପୂରଣ ଏବଂ ହାତୀ ଠାରୁ ଧନଜୀବନ ସୁରକ୍ଷା ଦାବିରେ ଖଜୁରୀପଡା ଗ୍ରାମବାସୀ ନୂଆ ଜଗନ୍ନାଥ ସଡକ ଉପରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି ।