ଢ଼େଙ୍କାନାଳ: ଉଦ୍ଧାର ହେଲା ମହିଳାଙ୍କ ଝୁଲନ୍ତା ମୃତଦେହ । ସନ୍ଦେହଘେରରେ ରହିଛି ମୃତ୍ୟୁ । ଢ଼େଙ୍କାନାଳ ଜିଲ୍ଲା ଶିଳ୍ପାଞ୍ଚଳ କଣ୍ଟାବଣିଆ ହଣ୍ଟି ଅଞ୍ଚଳରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ହେଲେ ଲକ୍ଷ୍ମୀ ପୂର୍ତ୍ତୀ । ତାଙ୍କ ଘର ପାଲଲହଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି ।
ଦେବଗଡ଼ ଅଞ୍ଚଳର ଅଜୟ କିଶାନ ନାମକ ଜଣେ ଯୁବକ ଲକ୍ଷ୍ମୀଙ୍କୁ ରକ୍ଷିତା ଭାବେ ରଖିଥିଲା । ଅଜୟ ଢ଼େଙ୍କନାଳରେ ରହି ଟ୍ରକ ଚଲାଏ । ତେବେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିବା କହିଛନ୍ତି ପଡୋଶୀ । ଆଜି ମୃତଦେହ ମିଳିବା ପରେ ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି । ପୋଲିସ ଅଜୟକୁ ଅଟକ ରଖି ପଚରା ଉଚରା କରୁଛି ।