କଟକ: ଭିଜିଲାନ୍ସ ନିର୍ଦ୍ଦେଶକ ଡା. ଦେବାଶିଷ ପାଣିଗ୍ରାହୀ କରୋନାରେ ଗୁରୁତର ହୋଇଛନ୍ତି । ତାଙ୍କୁ ହାଇଦ୍ରାବାଦ ହାଇଦ୍ରାବାଦ ପଠାଯିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହେଉଛି । କରୋନାରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ଉନ୍ନତମାନର ଚିକିତ୍ସା ଲାଗି ତାଙ୍କୁ ହାଇଦ୍ରବାଦ ପଠାଯିବା ନେଇ ସୂଚନା ମିଳିଛି ।
ସୂଚନା ଥାଉକି, ଡା. ପାଣିଗ୍ରାହୀଙ୍କୁ ମେ ୨୯ରେ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଚିକିତ୍ସିତ ହେବାର ଦୁଇ ଦିନ ପରେ ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ବିଗିଡି ଯାଇଥିଲା। ସେ ଆଇସିୟୁରେ ଥିଲେ ଏବଂ ପରେ ଏକ ଭେଣ୍ଟିଲେଟର ଲଗାଯାଇଛି ।
ତାଙ୍କର ଅମ୍ଳଜାନ ସ୍ତର କ୍ରମାଗତ ଭାବରେ ହ୍ରାସ ପାଉଛି ଏବଂ କୈଣସି ଉନ୍ନତି ପରିଲକ୍ଷିତ ହେଉନାହିଁ । ଡାକ୍ତରୀ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ତାଙ୍କୁ କରୋନା ସଂକ୍ରମଣ ପାଇଁ ଉନ୍ନତ ଚିକିତ୍ସା ପାଇଁ ହାଇଦ୍ରାବାଦର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି।