Odia News Portal

ଘର ଛାଡି ପଳାଇଛି ପୁଅ, ହନ୍ତସନ୍ତ ବୁଢ଼ୀ ମା’

ଉମରକୋଟ: ବୃଦ୍ଧା ଅବସ୍ଥାରେ ହନ୍ତସନ୍ତ ହେଉଛନ୍ତି । ଏହି ବୃଦ୍ଧା ଜଣକ ହେଉଛନ୍ତି ନବରଙ୍ଗପୁର ଉମରକୋଟର ମାଳିଗୁଡାର । ଏ ହେଉଛନ୍ତି ବୃଦ୍ଧା ସୁବରୀ ମାଳି । ବୟସ ମାତ୍ର ୭୭ ବର୍ଷ । ଝାଟି ମାଟି କୁଡିଆ ଖଣ୍ଡେ ସାହା ହୋଇଥିବା ବେଳେ ଏବେ ବର୍ଷା ସାଜିଛି କାଳ । । ସୁରବୀଙ୍କ ପୁଅ ୨୫ ପର୍ଷ ପୂର୍ବେ ବାପା ମା ଙ୍କୁ ଛାଡି ଏକାକୀ ବାସ କରୁଥିବାବେଳେ ସ୍ୱାମୀଙ୍କ୧୦ ବର୍ଷ ପୂର୍ବରୁ ଦେହାନ୍ତ ହୋଇ ଯାଇଛି । ରହିବାକୁ ଜାଗା କିମ୍ବା ଶୋଇବାକୁ ବିଛଣା ଖଣ୍ଡେ ନାହିଁ । କୁଡିଆର କାନ୍ଥ ଫାଟିକି ଆଁ କଲାଣି । ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦେଖି ଜୀବନ କାଟୁଛନ୍ତି ସୁରବୀ ।

ଏହି ବୟସରେ କାମ କରିବା ତ ଦୂରର କଥା ସେ ଠିକ୍‌ ସେ ଠିଆ ଭି ହୋଇପାରୁନାହାଁନ୍ତି । ଏପରି ସ୍ଥିତିରେ ସରକାରଙ୍କ ସହାୟତା କହିଲେ କେବଳ ୫ କିଲୋ ଚାଉଳ ଏବଂ ୫୦୦ ଟଙ୍କା ଭର୍ତା ।ଚୂଲିରେ ରୋଷେଇ କରି ଓଳିଏ ଖାଇ ଆଉ ଓଳିଏ ଉପାସରେ ରହି ଦିନ କାଟୁଛନ୍ତି ସୁରବୀ । ତେବେ ସୁରବୀଙ୍କୁ ଆବାଶ ଖଣ୍ଡେ ଦେଲେ ସାହାର୍ଯ୍ୟ ହେବ ବୋଲି କହିଛନ୍ତି ତାଙ୍କ ପଡୋଷି । ଆଶା କରିବୁ ପ୍ରଶାସନ କୌଣସି ପ୍ରକାରର ସାହାୟତା କଲେ ସୁରବୀଙ୍କ ଜୀବନରେ ଖୁସିର ଲହରୀ ଫେରିଆସିବ ।