ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କିନ୍ନରମାନେ ପାଳିଛନ୍ତି ସାବିତ୍ରୀ ବ୍ରତ । ନିଜ ଗୁରୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ଆଜିର ଦିନଟିକୁ । କିନ୍ନରମାନେ ନିଜର ଗୁରୁଙ୍କୁ ସ୍ୱାମୀ ବୋଲି ମାନନ୍ତି । ଏଣୁ ସେମାନଙ୍କ ଉଦ୍ଦେଶ୍ୟରେ ଆଜିର ଦିନଟିକୁ କାଷ୍ଟାର ସହ ପାଳନ କରିଥାନ୍ତି । ବିଏମସିଠାରୁ ଅନୁମତି ଆଣିବା ପରେ କରୋନା କଟକଣାକୁ ମାନି ପୂଜା କରିଥିବା ଦେଖିବାକୁ ମିଳିଛି ।
ସୁନ୍ଦର ଶାଢ଼ୀ ପରିଧାନ କରିବା ସହ ପୂଜା ସମାଗ୍ରୀ ଧରି ପୂଜା କରିଛନ୍ତି କିନ୍ନରମାନେ । ଯେପରି ଜଣେ ସାଧବା ନାରୀ ନିଜର ସ୍ୱାମୀଙ୍କ ଦୀର୍ଘାୟୂ ଓ ନିରାମୟ କାମନା କରି ବ୍ରତ ପାଳିଥାନ୍ତି କିନ୍ନରମାନେ ମଧ୍ୟ କାଷ୍ଟାର ସହ ପାଳିଥାନ୍ତି । ପୁରାଣ ଅନୁଯାୟୀ, ଆଜିର ଦିନରରେ ସତି ସାବିତ୍ରୀ ନିଜ ସ୍ୱାମୀ ସତ୍ୟବାନଙ୍କୁ ଜମଙ୍କ ନିକଟରୁ ଫେରାଇ ଆଣିଥିଲେ । ଏହି ଅବସରରେ ସାଧବା ନାରୀମାନେ ଏହି ବ୍ରତ ମନାସୀଥାନ୍ତି ।