କଟକ: ଆଜି ଏୟାରଲିଫ୍ଟ ହେବେ ଭିଜିଲାନ୍ସ ନିର୍ଦ୍ଦେଶକ ଡ.ଦେବାଶିଷ ପାଣିଗ୍ରାହୀ । ତାଙ୍କୁ ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯିବ । କରୋନାରେ ଆକ୍ରାନ୍ତ ଥିବା ଦେବାଶିଷଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଗୁରୁତର ରହିଛି । ଉତମ ସ୍ୱାସ୍ଥ୍ୟ ନିମନ୍ତେ ଆଜି କୋଲକାତାର ମଲ୍ଟିସ୍ପେଶାଲିଷ୍ଟ ହସ୍ପିଟାଲକୁ ନିଆଯିବ । ଗତକାଲି କୋଲକାତାରୁ ୪ଜଣିଆ ଟିମ୍ ଆସି କଟକରେ ପହଞ୍ଚିଛନ୍ତି ।
ସୂଚନା ଥାଉକି, ଡା. ପାଣିଗ୍ରାହୀଙ୍କୁ ମେ ୨୯ରେ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଚିକିତ୍ସିତ ହେବାର ଦୁଇ ଦିନ ପରେ ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ବିଗିଡି ଯାଇଥିଲା। ସେ ଆଇସିୟୁରେ ଥିଲେ ଏବଂ ପରେ ଏକ ଭେଣ୍ଟିଲେଟର ଲଗାଯାଇଛି ।
ତାଙ୍କର ଅମ୍ଳଜାନ ସ୍ତର କ୍ରମାଗତ ଭାବରେ ହ୍ରାସ ପାଉଛି ଏବଂ କୈଣସି ଉନ୍ନତି ପରିଲକ୍ଷିତ ହେଉନାହିଁ । ଡାକ୍ତରୀ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ତାଙ୍କୁ କରୋନା ସଂକ୍ରମଣ ପାଇଁ ଉନ୍ନତ ଚିକିତ୍ସା ପାଇଁ ହାଇଦ୍ରାବାଦର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି।