ଭୁବନେଶ୍ୱର () ସମ୍ ହସ୍ପିଟାଲ୍ରେ କରୋନା ଭାକସିନ୍ କୋଭାକ୍ସିନ୍ର ମାନବୀୟ ପରୀକ୍ଷଣ ଆରମ୍ଭ ହୋଇଛି । ସମରେ ହ୍ୟୁମାନ ଟ୍ରାଏଲରେ ଅନେକ ସ୍ୱେସ୍ଥାସେବୀ ଅଂଶଗ୍ରହଣ କରିଥିଲେ । ସମ ହସ୍ପିଟାଲରେ କୋଭିଡ ୧୯ ଭ୍ୟାକସିନର ମାନବ ପରୀକ୍ଷଣ ଆରମ୍ଭ ବେଳେ ସ୍ୱେଚ୍ଛାସେବୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।
କିଛି ସ୍ବେଛାସେବୀଙ୍କ ଉପରେ ଏହି ଟିକାକୁ ପ୍ରୟୋଗ କରାଯାଇଛି ।ହସ୍ପିଟାଲର ପ୍ରିଭେନଟିଭ ଆଣ୍ଡ ଥେରାପିଉଟିକ କ୍ଲିନିକାଲ ୟୁନିଟରେ ପରୀକ୍ଷଣ ଆରମ୍ଭ କରାଯାଇଛି । ପରୀକ୍ଷଣ ନେଇ କ୍ଲିନିକାଲ ୟୁନିଟ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଓଡିଶାରେ କେବଳ ସମ୍ ହସ୍ପିଟାଲ୍ରେ କରୋନା ଟିକାର ମାନବୀୟ ପରୀକ୍ଷଣ କରାଯାଇଛି । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଟିକାର ପରୀକ୍ଷଣ କରାଯାଇଛି ।