୪ ପ୍ରମୁଖ ନଦୀ ବିପଦସଙ୍କେତ ଉପରେ ପ୍ରବାହିତ By swadhikarnews Last updated Aug 28, 2020 ଭୁବନେଶ୍ୱର() ବନ୍ୟା ବିପଦ ଡାକି ଆଣିଛି ଲଗାଣ ବର୍ଷା । ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀରେ ଜଳସ୍ତର ବଢୁଥିବା ଜଣାଯାଇଛି । ଏବେ ରାଜ୍ୟର ୪ଟି ପ୍ରମୁଖ ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ଜଣାଯାଇଛି । ସେପଟେ ବନ୍ୟା ପରିସ୍ଥିତି ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ, ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରୁ ୮ଲକ୍ଷ କୁ୍ୟସେକ ପଶୁଛି । ହୀରାକୁଦର ୩୨ଟି ଗେଟ ଖୋଲାଯାଇଥିବାବେଳେ ୩୬ଟି ଗେଟ ଖୋଲାଯିବ । ମୋଟ ୬ ଲକ୍ଷ କୁ୍ୟସେକ ଜଳ ଛଡ଼ାଯିବ । ତଳମୁଣ୍ଡ ପାଣିକୁ ମିଶାଇଲେ ମୁଣ୍ଡଳିରେ ୧୦ରୁ ସାଢେ ୧୦ ଲକ୍ଷ କୁ୍ୟସେକ ଯିବ । ଖଇରିମାଳରୁ ମୁଣ୍ଡଳି ଯାଏ ଏବଂ କଟକ ତଳକୁ ଆଜି ଆଉ ବର୍ଷା ହୋଇନି । ବର୍ଷା ହୋଇନଥିବାରୁ ଆଉ ପାଣି ମିଶିବନି । ସେହି ୧୦ ଲକ୍ଷ ପାଖାପାଖି ଯିବ । ପୂର୍ବରୁ ମହାନଦୀ ସିଷ୍ଟମ ୧୬ ଲକ୍ଷ କୁ୍ୟସେକ ଯାଏ ଜଳ ପ୍ରବାହ ସମ୍ଭାଳିଛି । ତେଣୁ ୧୦ରୁ ସାଢେ ୧୦ ଲକ୍ଷରେ ଏକ ମଧ୍ୟମ ଧରଣର ବନ୍ୟା ଆଶା କରୁଛୁ । ମହାନଦୀ ସିଷ୍ଟମର ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି । ଓଡ୍ରାଫ, ଏନଡିଆରଏଫ ଟିମକୁ ଆଗୁଆ ପଠାଯାଇଛି । ସେମାନେ ପ୍ରସ୍ତୁତ ଅଛନ୍ତି ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, ସୁବର୍ଣ୍ଣରେଖା ରାଜଘାଟ ଠାରେ ସ୍ଥିର ଅଛି । ପରିସ୍ଥିତିରେ ସୁଧାର ଆସିବ ବୋଲି ଆଶା ରହିଛି । ବୁଢାବଳଙ୍ଗ ବିପଦସଙ୍କେତ ତଳେ ରହିଛି । ଜଳସ୍ତର କମି କମି ଚାଲିଛି । ବୈତରଣୀ ଆଖୁଆପଦାରେ ବିପଦସଙ୍କେତ ଉପରେ ଥିଲେ ବି ଜଳସ୍ତର କମୁଛି । ବୈତରଣୀ ନଦୀର ଦତ୍ତପୁର ଠାରେ ୮୦ ମିଟରର ଏକ ଘାଇ ହୋଇଛି । ବ୍ରାହ୍ମଣୀ ନଦୀ ଜଳସ୍ତର ସ୍ଥିର ଅଛି । ୨୪ ଘଣ୍ଟା ପରେ କମିବା ନେଇ ଆଶା ରହିଛି । ବ୍ରାହ୍ମଣୀ ନଦୀରେ ବରୀ ବ୍ଲକରେ ୧୪ଟି ଜାଗାରେ ଘାଇ ସୃଷ୍ଟି ହୋଇଛି । src Share