ଭୁବନେଶ୍ୱର() ଲଗାଣ ବର୍ଷାରେ ବେହାଲ ଉପକୂଳ ଓ ଉତ୍ତର ଓଡ଼ିଶା । ଯାଜପୁର ଓ ଭଦ୍ରକର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି । ଆସନ୍ତାକାଲି ସକାଳ ସୁଦ୍ଧା ବୈତରଣୀ ନଦୀ ବନ୍ୟା ସୃଷ୍ଟି କରିପାରେ । ତେବେ ଲଗାଣ ବର୍ଷାକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ, କେନ୍ଦୁଝରରେ ବୈତରଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଆନନ୍ଦପୁରରେ ବିପଦ ସଙ୍କେତ ଉପରେ ବୈତରଣୀ ନଦୀ ପ୍ରବାହିତ ହେଉଛି । ଆଖୁଆପଦାରେ ବି ବିପଦ ସଙ୍କେତ ଉପରେ ବୈତରଣୀ ପ୍ରବାହିତ ହେଉଛି । ତେଣୁ ଆସନ୍ତାକାଲି ସକାଳ ସୁଦ୍ଧା ଯାଜପୁର ଓ ଭଦ୍ରକରେ ବନ୍ୟା ଆସିପାରେ । ଏନେଇ ଭଦ୍ରକକୁ ଗୋଟିଏ ଏନଡିଆରଏଫ ଓ ଗୋଟିଏ ଓଡ୍ରାଫ ଟିମ ପଠାଯାଇଛି । ଯାଜପୁରକୁ ଖୁବଶୀଘ୍ର ଏନଡିଆରଏଫ ଓ ଓଡ୍ରାଫ ଟିମ ପଠାଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଦେଇଛନ୍ତି ।