ଭୁବନେଶ୍ୱର() କୋଭିଡ ଯୋଦ୍ଧା ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ପରିବାର ପାଇଁ ଶୁକ୍ରବାର ରାଜ୍ୟ ସରକାର ନୂଆ ଘୋଷଣା କରିଛନ୍ତି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ନିଦେ୍ର୍ଧଶନାମା ଜାରି କରିଛନ୍ତି । ତେବେ କ’ଣ ଘୋଷଣା କରାଯାଇଛି ସେ ସମ୍ପର୍କରେ ଜାଣନ୍ତୁ:
୧- ଡୁ୍ୟଟିରେ ଥାଇ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ମୃତୁ୍ୟ ହେଲେ ତାଙ୍କ ପରିବାରକୁ ଭତ୍ତା ପ୍ରଦାନ କରାଯିବ ।
୨- ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୬୦ ବର୍ଷ ହେବା ଯାଏଁ ଭତ୍ତା ମିଳିବ ।
୩- ମୃତ ଅଙ୍ଗନବାଡ଼ି କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ ୭୫୦୦ ଟଙ୍କା ଭତ୍ତା ମିଳିବ ।
୪- ମୃତ ଆଶା କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ ୫ ହଜାର ଟଙ୍କା ମିଳିବ ।