ଭୁବନେଶ୍ୱର: କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ମହାଦେବ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା । ବିନା ଭକ୍ତରେ ଅନୁଷ୍ଠିତ ହେବ ଏହି ଉତ୍ସବ । ଆଜି ଅନୁମତି ଦେଇଛି ବିଏମସି । ସର୍ବାଧିକ ୬ଜଣ ସେବାୟତ ସାମିଲ ହୋଇ ପାରିବେ । ଜୁନ ୧୫ ଓ ୧୬ ତାରିଖରେ ଏହି ଉତ୍ସବ ଅନୁଷ୍ଠିତ ହେବ । ତେବେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ ଭିତରେ କେଦାରଗୌରୀ ମନ୍ଦିର ପରିସରରେ ଏହାକୁ ପାଳନ କରିବାକୁ ଅନୁମତି ଦିଆଯାଇଛି ।
ସାଧାରଣ ଶ୍ରଦ୍ଧାଳୁଙ୍କ ଦର୍ଶନ ଏବଂ ଅଂଶ ଗ୍ରହଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ବାଦ୍ୟ ଉପକରଣ ତା’ ସହ ଶୋଭାଯାତ୍ରା ହେବନି। ସମସ୍ତ ନୀତି ପାଳନ ବେଳେ ମାସ୍କ ଓ ସାମାଜିକ ଦୂରତା କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି।
ଏଥର ମହାଦେବ ଓ ପାର୍ବତୀଙ୍କ ବିବାହ ସମୟରେ କେବଳ ୭ ଜଣ ସେବାୟତ ସାମିଲ ରହି ବିଧିମୁତାବକ କାର୍ଯ୍ୟ ସମାପନ କରିବେ । ତେବେ ୭ ଜଣିଆ ସେବାୟତଙ୍କ ଉପସ୍ଥିତି ମଧ୍ୟ ମହାନଗର ନିଗମ ନିର୍ଦ୍ଧାରଣ କରିବ ।