ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୪ ଦିନ ପାଇଁ ବଲାଙ୍ଗିର ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତା ୮ ତାରିଖରୁ ୧୧ ତାରିଖ ଯାଏଁ ସଟଡାଉନ ଘୋଷଣା କରାଯାଇଛି । ଜିଲ୍ଲାରେ ଦିନକୁ ଦିନକୁ କରୋନା ପଜିଟିଭ ସଂଖ୍ୟା ବଢୁଥିବାରୁ ଜିଲ୍ଲାପାଳ ଜିଲ୍ଲାକୁ ୪ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ।
ସଟଡାଉନବେଳେ ଜିଲ୍ଲା ଭିତରେ ସମସ୍ତ ପରିବହନ କାର୍ଯ୍ୟ ବନ୍ଦ ରହିବ । ଦୋକାନ ବଜାର, ସରକାରୀ ଓ ଘରୋଇ ପ୍ରତିଷ୍ଠାନ ବନ୍ଦ ରହିବ । ତେବେ ମେଡିକାଲ, ଜଳଯୋଗାଣ, ପରିମଳ ଆଦି ଜରୁରୀ ସେବା ଚାଲୁ ରହିବ । ମାଲବାହୀ ଗାଡ଼ି, ଶିଳ୍ପ ପ୍ରତିଷ୍ଠାନ ଓ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି ।
ଆଜି ରାଜ୍ୟରେ ଚିହ୍ନଟ ମୋଟ ୧୬୯୯ ଜଣ କରୋନା ପଜିଟିଭ ମଧ୍ୟରୁ ବଲାଙ୍ଗିରରେ ୨୧ ଚିହ୍ନଟ ହୋଇଛନ୍ତି ।