ଆଜି ମଧ୍ୟରାତ୍ରରୁ ଅଗଷ୍ଟ ୧ ତାରିଖ ମଧ୍ୟରାତ୍ର ଯାଏଁ ୪୮ ଘଣ୍ଟା ସଟଡାଉନ ଘୋଷଣା କରାଯାଇଛି ।କୋରାପୁଟ ଜିଲ୍ଲାକୁ ସଟଡାଉନ କରିଛନ୍ତି ଜିଲ୍ଲାପାଳ । ବର୍ଦ୍ଧିତ କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାପାଳ ଜିଲ୍ଲାକୁ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି ।
ସେପଟେ ଆଜି ରାଜ୍ୟରେ ୧୨୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ।