ଭୁବନେଶ୍ୱର: ଯେକୌଣସି ଦିଗକୁ ସାମନା କରି ବାବାଙ୍କ ମୂର୍ତ୍ତିକୁ ସ୍ଥାପନ କରାଯାଇପାରେ । ଦ୍ୱାରକାମାୟୀ ମସଜିଦରେ ବାବା ପୂର୍ବ ଦିଗକୁ ମୁହଁ କରି ବସୁଥିଲେ । ଗୁରୁସ୍ଥାନରେ ସେ ପଶ୍ଚିମ ଦିଗକୁ ମୁହଁ କରି ବସୁଥିଲେ । ସମାଧି ମନ୍ଦିରରେ ତାଙ୍କର ମସ୍ତକ ଉତ୍ତର ପାଶ୍ୱର୍କୁ ଅଛି । ତେବେ ଏଠାରେ ତାଙ୍କର ଯେଉଁ ବିଗ୍ରହ ପ୍ରତିଷ୍ଠା ପାଇଛି, ସେଥିରେ ତାଙ୍କର ମୁହଁ ପୂର୍ବ ଆଡକୁ ରହିଛି । ତେଣୁ ତାଙ୍କର ବିଗ୍ରହ ପୂର୍ବ, ଉତ୍ତର କିମ୍ବା ଉତ୍ତର-ପୂର୍ବାଭିମୁଖୀ ହେଲେ ଭଲ ।