Odia News Portal

ଇଶ୍ୱରଙ୍କୁ ଆମେ ମନୁଷ୍ୟର ପ୍ରତିକୃତି ମଧ୍ୟରେ ଦେଖିବାକୁ ଚାହୁଁ କାହିଁକି ?

ଭୁବନେଶ୍ୱର: ଇଶ୍ୱରଙ୍କ ମହାଜାଗତିକ ସ୍ୱରୂପକୁ କଳନା କରିବା ମନୁଷ୍ୟର ସାଧ୍ୟାତୀତ । ସେ ତା’ର ସୀମିତ ଧାରଣାକୁ ନେଇ ଅସୀମ ଇଶ୍ୱରଙ୍କୁ ସେ କିଭଳି ଦର୍ଶନ କରିବ? ତେଣୁ ନିଜର ବ୍ୟକ୍ତିଗତ ଅନୁଭବରୁ ସେ ଇଶ୍ୱରଙ୍କ ରୂପ ସୃଷ୍ଟି କରିଛି ଏବଂ ମୂର୍ତ୍ତି ଓ ଚିତ୍ରରେ ତାହା ପ୍ରତିଫଳିତ କରିଛି । ସମ୍ଭବତଃ ସହଜରେ ମନୁଷ୍ୟର ବୋଧଗମ୍ୟ ହେବା ପାଇଁ ଇଶ୍ୱର ମନୁଷ୍ୟ ଓ ବିଭିନ୍ନ ପ୍ରାଣୀ ରୂପରେ ଧରାରେ ଅବତରଣ କରିଛନ୍ତି । ତା’ ନହେଲେ ନିୟୂତ ନିୟୂତ ନକ୍ଷତ୍ର ପୁଞ୍ଜଙ୍କ ତେଜକୁ ଭେଦ କରି ତାଙ୍କୁ କଣ ଆମେ ଦର୍ଶନ କରି ପାରନ୍ତେ ।