ଭୁବନେଶ୍ୱର: ସାଇବାବାଙ୍କର ପିତୃଦତ୍ତ ନାମ ଓ ଶୈଶବ ଏବେ ସୁଦ୍ଧା ଅଜ୍ଞାତ । ଲୋକେ ତାଙ୍କୁ ଶିରିଡ଼ି ସାଇବାବା, ସାଇନାଥ ମହାରାଜ ଏବଂ ସାଇରାମ ବୋଲି ଡାକନ୍ତି । ତେବେ ସେ ଥିଲେ ଆଧ୍ୟାତ୍ମିକ ସିଦ୍ଧିର ଶୀର୍ଷରେ ଉପନୀତ ଜଣେ ସଦଗୁରୁ । ଅକ୍ଟୋବର ୧୫ ତାରିଖ ୧୯୧୮ ମସିହାରେ ସେ ମହାସମାଧି ପ୍ରପ୍ତେ ହୋଇଥିଲେ । ତାହାର ଷାଠିଏ ବର୍ଷ ଆଗରୁ ସେ ଶିରିଡ଼ିରେ ବାସ କରୁଥିଲେ । ଅଧୁନା, ଶିରିଡ଼ି, ମହାରାଷ୍ଟ୍ରର ଅହମଦନଗର ଜିଲ୍ଲା ଏକ କ୍ଷୁଦ୍ର ସହରରେ ରହୁଥିଲେ । ଦୀର୍ଘ ୬୦ ବର୍ଷ କାଳ ତାଙ୍କର ସମସ୍ତ ସାମାଜିକ, ଧାର୍ମିକ, ଆଧ୍ୟାତ୍ମିକ ଏବଂ ଜନହିତୈଷୀମୂଳକ କାର୍ଯ୍ୟରେ ଶିରିଡ଼ିରେ ହିଁ କେନ୍ଦ୍ରୀଭୂତ ଥିଲା । ସାରା ଦେଶରେ ଶିରିଡ଼ି ତାଙ୍କ ଯୋଗୁଁ ହିଁ ବିଦିତ ହୋଇଥିଲା । ସେଥିଲାଗି ଲୋକ ମୁଖରେ ସାଇବାବା ନାମରେ ଖ୍ୟାତ ହେଲେ ।