ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ ମନ୍ତ୍ରୀ By swadhikarnews Last updated Aug 17, 2020 ଭୁବନେଶ୍ୱର() ଲଘୁଚାପ ଜନିତ ଲଗାଣ ବର୍ଷା ପରେ ରାଜ୍ୟରେ ଏବେ ବନ୍ୟା ସ୍ଥିତି ଦେଖାଦେଇଛି । ତେବେ ବନ୍ୟାଜନିତ କ୍ଷୟକ୍ଷତି ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଥିବା ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବନ୍ୟାଜନିତ କ୍ଷୟକ୍ଷତି ରିପୋର୍ଟ ଆସିଲା ପରେ କେଉଁଠି କେତେ କ୍ଷତି ହୋଇଛି ଜଣାପଡ଼ିବ । ବନ୍ୟା ଯୋଗୁଁ ବିଶେଷ କ୍ଷୟକ୍ଷତି ହୋଇନାହିଁ । ବନ୍ୟା ମାଡ଼ିଯାଇଥିବା ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର କରାଯାଇଥିଲା । ପାଣି ଛାଡ଼ିବା ପରେ ସେମାନେ ନିଜ ନିଜ ଘରକୁ ଫେରିଛନ୍ତି । ଗୋଦାବରୀରେ ବନ୍ୟା ଆଶଙ୍କା ପାଇଁ ପ୍ରଶାସନକୁ ଆଲର୍ଟ କରାଯାଇଛି । ଢେଙ୍କାନାଳ ଓ ମାଲକାନଗିରିରେ ବିଭିନ୍ନ ଅଞ୍ଚଳର ପ୍ରଭାବିତ ହୋଇଛି । ଆଗକୁ ଲଘୁଚାପ ଆଶଙ୍କା ଯୋଗୁଁ ଜିଲ୍ଲା ପ୍ରଶାସନକୁ ସଜାଗ ରଖାଯାଇଥିବା ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି । Report Share