ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ମହାରଣା ଓ ଭୋଇ ସେବକଙ୍କୁ କରୋନା ସଚେତନତା ପାଇଁ ତାଲିମ, ଦେଖନ୍ତୁ ନର୍ମାଣ କାର୍ଯ୍ୟର କିଛି ଚିତ୍ର
ପୁରୀ() ପୁରୀରେ ଦ୍ୱିତୀୟ ଦିନରେ ଚାଲିଛି ରଥ ନିର୍ମାଣ । ଚଳଚଂଚଳ ହୋଇପଡ଼ିଛି ରଥଖଳା । ଅନ୍ୟପଟେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକଙ୍କ ପାଇଁ ଚାଲିଛି ସଚେତନତା କାର୍ଯ୍ୟକ୍ରମ । ଶ୍ରୀଜଗନ୍ନାଥ ପ୍ରଶାସନ ପକ୍ଷରୁ ମହାରଣା ଓ ଭୋଇ ସେବକଙ୍କୁ କରୋନା ସଚେତନତା ପାଇଁ ଦିଆଯାଉଛି ତାଲିମ । ସାମାଜିକ ଦୂରତା ରକ୍ଷା କରି ରଥ ନିର୍ମାଣ ପାଇଁ ନିୟୋଜିତ ସବୁ ସେବାୟତଙ୍କୁ ସଚେତନ କରାଯାଉଛି ।
ରଥ ଖଳାକୁ ବ୍ୟାରିକେଟ୍ ଓ କପଡାରେ ଆବଧ କରି ରଥ କାମ କରୁଛନ୍ତି ମହାରଣା ସେବାୟତ ।
ରଥଖଳାରୁ ୨୦୦ ମିଟର ପର୍ଯ୍ୟନ୍ତ ନିଷେଧାଂଚଳ କରାଯାଇଛି ।
ରଥଖଳାରୁ ଗୃହ ମନ୍ତ୍ରାଳୟର ସର୍ତ ଅନୁସାରେ ସାମାଜିକ ଦୂରତାକୁ ପାଳନ କରି ମହାରଣା ସେବାୟତ ମାନେ ରଥ ନିର୍ମାଣ କାର୍ଯ୍ୟ କରୁଛନ୍ତି ।
ରଥ ଖଳାରେ ମହାରଣା ଓ ଭୋଇ ସେବାୟତଙ୍କୁ ସଚେତନ କରାଯାଇଛି ।