Odia News Portal

ପୁରୀ ପାଇଁ ୫ ଆଇଏଏସ ଅଫିସରଙ୍କୁ ଦାୟିତ୍ବ

ପୁରୀର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଜିଲ୍ଲା ପ୍ରଶାସନର ସହାୟତା ପାଇଁ ଆଉ ୫ଜଣ ଆଇଏଏସ୍‌ ଅଫିସରଙ୍କୁ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇଏଏସ ଅଫିସରଙ୍କୁ ଦାୟିତ୍ବ ଦେଇଛନ୍ତି ।

୨୦୧୮ ବ୍ୟାଚ୍‌ର ୫ ଶିକ୍ଷାନବୀଶ ଆଇଏଏସ୍‌ ଅଫିସର ସୂର୍ଯ୍ୟବଂଶୀ ମୟୁର ବିକାଶ, କୀର୍ତ୍ତିବାସନ୍‌.ଭି, ଶୁଭଙ୍କର ମହାପାତ୍ର, ଜେ. ସୋନାଲ ଏବଂ ଭୁବନେଶ ଦେବଦାଶ ପାଟିଲଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଆଜିଠୁ ସେମାନେ କାର୍ଯ୍ୟରେ ଯୋଗଦେବେ ବୋଲି ଜଣାପଡିଛି ।