ନୂଆପଡା: ଭିଟାମାଟି ଗଲା । ଜମିବାଡି ବି ଗଲା । ନିର୍ମାଣ ହେଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ହେଲେ ବିସ୍ଥାପତିଙ୍କୁ ମିଳିଲାନି ମୌଳିକ ସୁବିଧା । ୨୦୨୦ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲା । ଠିକ୍ ଅହାର ୨୦ ବର୍ଷ ପରେ ଅର୍ଥାତ ୨୦୨୦ ମସିହାରେ ଏହା ଶେଷ ହୋଇଥିଲା । ପ୍ରକଳ୍ପ ଦ୍ୱାରା ନୂଆପଡା ଜିଲ୍ଲା ଖଡିଆଳ ଓ ବୋଡନ ବ୍ଲକର ୨୩ଟି ପଚାୟତ ଓ ୭୯ଟି ଗାଁ ରହିଛି । ପାଖାପାଖି ୧୯ ହଜାର ୭୧୬ ପରିବାରଙ୍କ ଭବିଷ୍ୟତ ଉଜ୍ଜଳ ହୋଇଥିବା ବେଳେ ଅନେକ ବିସ୍ଥାପିତଙ୍କ ଜୀବନ ଅନ୍ଧକାର ଭିତରକୁ ଠେଲି ହୋଇ୍ୟାଇଛି ପ୍ରକଳ୍ପର ଗଭୀର ଜଳାଶୟରେ । ସରକାର କ୍ଷତିପୂରଣ ବାବଦରେ ଜମି ଅଧିଗ୍ରହଣ ପାଇଁ ମୋଟା ଅଙ୍କର ଟଙ୍କା ସାଙ୍ଗକୁ କ୍ଷତିଗ୍ରସ୍ତ ପରିବାରର ଜଣଙ୍କୁ ସରକାରୀ ଚାକିରୀ, ପିଇବା ପାଣି,ବିଜୁଳି ଦେବାକୁ ଲୋଭ ଦେଖାଇଥିଲେ । ଏବଂ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିବାର ସମସ୍ତ ଖର୍ଚ୍ଚ ଦେବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ହେଲେ ସରକାରଙ୍କ ଏହି ମିଛ ପ୍ରତିଶ୍ରୁତି ବିସ୍ଥାପିତଙ୍କୁ ଘର ଛାଡିବାକୁ ବାଧ୍ୟ କରିଥିଲା ।
ସେପଟେ ଭିଟାମାଟି ଛାଡିଲା ପରେ ବିସ୍ଥାପିତଙ୍କୁ ସରକାର ଦେଇଥିବା ସମସ୍ତ ପ୍ରତିଶ୍ରୁତି ଭୁଲିଗଲେ ।ମୁଣ୍ଡ ଗୁଞ୍ଜିବା ପାଇଁ ଏବେ ବିସ୍ଥାପିତଙ୍କ ପାଖେ ଘରଟିଏ ବି ନାହିଁ । ଏପରିକି ସ୍କୁଲ୍ ଅଙ୍ଗନବାଡି ବନ୍ଦ ହେଇ୍ୟିବାରୁ ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାର । ପ୍ରକଳ୍ପ ଆରମ୍ଭ ହେଲା ବେଳେକୁ ୨୯୩୭ ଲୋକ ବିସ୍ଥାପିତ ହୋଇଥିଲେ । କିନ୍ତୁ ଏବେ ବିସ୍ଥାପିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏମିତିକି ବିସ୍ଥାପିତଙ୍କୁ ନ୍ୟାୟ ଦେବା ପାଇଁ ଅନେକ ଅନୁଷ୍ଠାନ ଆନ୍ଦୋଳନ ମଧ୍ୟ କରିଥିଲେ । ଘଟଣାକୁ ନେଇ ଅନେକ ଲୋକ ଜେଲ ବି ଯାଇଥିଲେ । ଏମିତିକି କିଛି ଘଟଣା ମଧ୍ୟ କୋର୍ଟରେ ବିଚାରଧିନ ଅଛି । ଆଉ ଏବେବି କିଛି ଠକ ଓ ଦଲାଲ ବିସ୍ଥାପିତଙ୍କ ଜମି ହଡପ କରିବାରେ ଲାଗିଛନ୍ତି । ୨୧ ବର୍ଷ ପରେ ଅର୍ଥାତ ଗତ ମାର୍ଚ୍ଚ ମାସରେ ଏହି ପ୍ରକଳ୍ପର ଉଦ୍ଘାଟନ ହୋଇଥିଲା । ଖୋଦ ମୁଖ୍ୟମନ୍ତ୍ରୀ ଏହାର ଉଦ୍ଘାଟନ କରିଥିଲେ । କିନ୍ତୁ ସବୁଠୁ ଦୁଖର କଥା ବିସ୍ଥାପିତଟିଏ ଆଜି ବି ନିଜର ଅଧିକାର ପାଇବା ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟାଳୟକୁ ଧାଉଁଛୁ ।