ନୂଆଦିଲ୍ଲୀ() କରୋନା ମହାମାରୀ ସଙ୍କଟ ଓ ଏହାର ସଂକ୍ରମଣ ରୋକିବା ନେଇ ଜାରି ହୋଇଥିବା ଲକ ଡାଉନ କାରଣରୁ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ କୌଣସି ନୂଆ ଯୋଜନା ଘୋଷଣା ନନେବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କିନ୍ତୁ ଏହି ନୂଆ ନିୟମ “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା” କିମ୍ବା “ଆତ୍ମନିର୍ଭର ଭାରତ” ସହିତ ଜଡିତ ଥିବା ଯୋଜନା ଗୁଡିକ ଉପରେ କାର୍ଯ୍ୟକାରୀ ହେବ ନାହିଁ | କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ବୟାନରେ କୁହାଯାଇଛିକି, କରୋନା ଭାଇରସକୁ ନେଇ ଜାରି ରହିଥିବା ଆର୍ଥିକ ସଙ୍କଟ ଅବସ୍ଥା କାରଣରୁ ହିଁ ମନ୍ତ୍ରାଳୟ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି ।
୨୦୨୧ ମାର୍ଚ୍ଚ ମାସ ଭିତରେ କୌଣସି ନୂଆ ସ୍କିମ ଆରମ୍ଭ କରାଯିବ ନାହିଁ । ଏହା ଦ୍ୱାରା କିଛି ପରିମାଣରେ ଖର୍ଚ୍ଚକୁ ରୋକା ଯାଇପାରିବ । କିନ୍ତୁ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଓ ଆତ୍ମନିର୍ଭର ଯୋଜନା ଗୁଡିକ ପାଇଁ ହେଉଥିବା ଖର୍ଚ୍ଚ ଗୁଡିକରେ କୌଣସି ପ୍ରକାର ଖର୍ଚ୍ଚ କାଟ କରାଯିବ ନାହିଁ । ସରକାରଙ୍କ ଏହି ନୂଆ ନିର୍ଦ୍ଦେଶନାମା ୨୦୨୦- ୨୦୨୧ ଆର୍ଥିକ ବର୍ଷ ପାଇଁ ଜାରି ହୋଇଥିବା ସମସ୍ତ ଯୋଜନା ଗୁଡିକ ଉପରେ ଲାଗୁ ହେବ ।