Odia News Portal

ଲୁଚା ଛପାରେ କୋଚିଂ ସେଣ୍ଟରରେ ପାଠପଢା

ଭୁବନେଶ୍ୱର()   ସରକାରଙ୍କ କଟକଣାକୁ ଆଉ କୋଚିଂ ସେଌକ୍ଷଗ୍ଧ;ରଗୁଡିକ ମାନୁ ନାହାନ୍ତି । କିଏ କବାଟ କିଳି ପିଲାଙ୍କୁ କୋଚିଂ ଦେଉଛି ତ ଆଉ କିଏ ଖୁଲମ ଖୁଲା ସେଌକ୍ଷଗ୍ଧ;ର ଚଳାଇଲାଣି । ରାଜ୍ୟର ଅନ୍ୟ ଅଞ୍ଚଳ ତ ଦୂରରକଥା, ଖୋଦ ରାଜଧାନୀରେ କୋଚିଂ ସେଌକ୍ଷଗ୍ଧ;ରଗୁଡିକର ଏଭଳି କାର୍ଯ୍ୟ ଚାଲିଥିବାବେଳେ ବିଏମ୍‍ସି କିମ୍ବା ପୁଲିସ୍‍ କେହି ହେଲେ ଆଉ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରୁନାହାନ୍ତି । କୌଣସି ଅକୁହା କାରଣରୁ ପ୍ରଶାସନ ଯେଭଳି କୋଚିଂ ସେଣ୍ଟରଗୁଡିକ ପ୍ରତି ଆଖିବୁଜି ଦେଇଛି ତାହା ଆଗାମୀ ଦିନରେ ପୁଣିଥରେ କୋଭିଡ ସଂକ୍ରମଣରେ ପ୍ରମୁଖ ଭୂମିକା ଗ୍ରହଣ କରିବାର ଆଶଙ୍କା ଉପୁଜିଲାଣି ।

ଚଳିତବର୍ଷ ମାର୍ଚ୍ଚ ମାସରୁ ରାଜ୍ୟରେ କରୋନା ପ୍ରବେଶ କରିବାପରେ ସରାକର ଉଭୟ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସମେତ କୋଚିଂ ସେଌକ୍ଷଗ୍ଧ;ରଗୁଡିକୁ ବନ୍ଦ ଘୋଷଣା କରିଥିଲେ । ଇତି ମଧ୍ୟରେ ରାଜ୍ୟ ସରକାର ଅନ୍‍ଲକ୍‍-୬ ଘୋଷଣା ହୋଇଥିଲେ ମଧ୍ୟ ସଂକ୍ରମଣ ଭୟରୁ ସରକାର ଶିକ୍ଷାନୁଷ୍ଠାନ ସମେତ କୋଚିଂ ସେଣ୍ଟରଗୁଡିକୁ ବନ୍ଦ କରି ରଖିଛନ୍ତି । ଏହାର କାରଣ ହେଉଛି ସରକାର ଆଶଙ୍କା କରୁଛନ୍ତି ଯେ ଏଗୁଡିକ ଖୋଲିଲେ ପିଲାମାନେ ପାଠ ପଢିବା ସହିତ କରୋନା ସଂକ୍ରମିତ ହୋଇଯିବେ । ଏହି ଭୟରେ ସରକାର ପାଠଶାଳା ଉପରେ କଟକଣା ଲଗାଇଛନ୍ତି । କେନ୍ଦ୍ର ସରକାର ମଧ୍ୟ ତାଙ୍କ ଗାଇଡ୍‍ଲାଇନ୍‍ରେ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ଖୋଲିବାର ଭାର ରାଜ୍ୟ ସରକାରଙ୍କ ଉପରେ ଛାଡିଛନ୍ତି । ରାଜ୍ୟ ସରକାର ବି ସ୍ଥିତିର ଗମ୍ଭୀରତାକୁ ଦେଖି ଏଗୁଡିକୁ ଖୋଲିବାକୁ ଅନୁମତି ଦେଉନାହାନ୍ତି । ହେଲେ ରାଜଧାନୀର କିଛି କୋଚିଂ  ସେଣ୍ଟରରେ ଲୁଚିଛପି ସେମାନଙ୍କ ବେପାର ଆରମ୍ଭ କରିଛନ୍ତି । ପ୍ରଥମେ ୪/୫ ଜଣ କରି ପିଲାଙ୍କୁ ଡାକୁଛନ୍ତି । ପାଠ ପଢାଉଛନ୍ତି । ପରେ ସବୁ ପିଲାଙ୍କୁ ଏକାଠି ବସାଉଛନ୍ତି ।

ବାହାରକୁ ସୋସିଆଲ ଡିଷ୍ଟାନ୍ସ, ସାନିଟାଇଜର କଥା କହୁଥିଲେ ମଧ୍ୟ ବାସ୍ତବ ଚିତ୍ର ଭିନ୍ନ । ପଇସା ପାଇଁ ଏମାନେ ଏବେ ପିଲାଙ୍କ ଜୀବନ ସହିତ ଖେଳ ଆରମ୍ଭ କରିଦେଇଥିବାର ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ କଲେଜଗୁଡିକ ଖୋଲୁ ନଥିବାରୁ ଯୁକ୍ତ ଦୁଇ ବିଜ୍ଞାନ ଶ୍ରେଣୀରେ ନାମ ଲେଖାଇଥିବା ପିଲାମାନେ ଏବେ ବିକଳିଆ ହୋଇ କୋଚିଂ ସେଣ୍ଟରଙ୍କୁ ଧାଉଁଛନ୍ତି । ମଉକାର ଫାଇଦା ଉଠାଇ କୋଚିଂ ସେଣ୍ଟର ଗୁଡିକ ମଧ୍ୟ ପିଲାଙ୍କୁ କିଭଳି ନିଜ କେନ୍ଦ୍ରକୁ ନେବେ ସେଥିପାଇଁ ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି । କଲେଜ ବନ୍ଦ ଥିବାରୁ କୋଚିଂ ନେବା ନିହାତି ଆବଶ୍ୟକ ବୋଲି ପ୍ରଚାର ଚଳାଇଛନ୍ତି । ତେବେ ଏଭଳି କୋଚିଂ ସେଣ୍ଟର ପଛରେ କିଛି ପୂର୍ବତନ ଓ ବର୍ତ୍ତମାନର ଅଧ୍ୟାପକ ଥିବା କୁହାଯାଉଛି । ତେବେ ସହର ମଝିରେ ଏଭଳି ବେଆଇନ୍‍ ଭାବେ କୋଚିଂ ସେଣ୍ଟର ଖୋଲୁଥିବାବେଳେ ବିଏମ୍‍ସିର ୱାର୍ଡ ଅଫିସର କିମ୍ବା ପୁଲିସ୍‍ କିଭଳି ଜାଣିପାରୁ ନାହାନ୍ତି ତାହାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି   ା

ଶୀତଋତୁରେ କରୋନାର ଦ୍ୱିତୀୟ ଲହରୀ ଆସିବାର ସମ୍ଭାବନା ଥିବାରୁ ଖୋଦ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସତର୍କ କରାଇଛନ୍ତି । ବୈଜ୍ଞାନିକମାନେ ମଧ୍ୟ ଶୀତରେ କରୋନା ବଢିବ ବୋଲି କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ଶିକ୍ଷାନୁଷ୍ଠାନ ସହିତ କୋଚିଂ  ସେଣ୍ଟର ଖୋଲିବା ଉପରେ କଟକଣା ଲଗାଇଥିବାବେଳେ କେତେକ କୋଚିଂ ସେଣ୍ଟର ଏହାକୁ ନମାନିବା ଓ ସବୁ ଦେଖି ପ୍ରଶାସନ ନିରବ ରହିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।