ଭୁବନେଶ୍ୱର() ରାଜ୍ୟ ସରକାରଙ୍କ ପଞ୍ଚମ ପାଳିର ଦ୍ୱିତୀୟ ବର୍ଷର ପ୍ରଥମ ରାଜ୍ୟ କ୍ୟାବିନେଟ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ନୀବନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ରବିବାର ସତ୍ତ୍ୱେ ଅନୁଷ୍ଠିତ ଏହି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତାହା ହେଲା ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା ମିଳିବ । ରାଜ୍ୟ ସଂଗୀତ ମାନ୍ୟତା ପ୍ରସ୍ତାବ ଉପରେ ମୋହର ବାଜିଥିବା ସୂଚନା ମିଳିଛି । ଆଜିର କ୍ୟାବିନେଟ ବୈଠକରେ କେବଳ ଏହି ଗୋଟିଏ ପ୍ରସ୍ତାବ ପାରିତ ହୋଇଥିବା ସୂଚନା ମିଳିଛି ।
ସୂଚନା ଯୋଗ୍ୟ ଯେ, ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା ଦେବା ପାଇଁ ବିଭିନ୍ନ ମହଲରୁ ଲଗାତାର ଦାବି ହୋଇଆସୁଥିଲା । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ ଓ ସମ୍ମାନିତ କରିବା ପାଇଁ ଓଡ଼ିଆ ଭାଇଭଉଣୀଙ୍କୁ ଏହି ଗୀତ ଗାଇବା ପାଇଁ ଆହ୍ୱାନ ଦେଇଥିଲେ । ସେତେବେଳେ ମଧ୍ୟ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରସଙ୍ଗ ଜୋର ଧରିଥିଲା ।