Odia News Portal

ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖପ୍ରକାଶ

ଭୁବନେଶ୍ୱର() ବିଶାଖପାଟଣାରେ ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣାରେ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଅସୁସ୍ଥତା ଦ୍ରୁତ ଆରୋଗ୍ୟ କାମନା କରିବା ସହ ମୃତକଙ୍କ ପରିବାର ବର୍ଗ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ନବୀନ ।

ଏହା ସହ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତଙ୍କ ସୁରକ୍ଷା ପାଇଁ ମଧ୍ୟ ସେ ପ୍ରାର୍ଥନା କରିଛନ୍ତି । ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ସହ କଥା ହେବା ସହ ସ୍ଥିତି ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅନ୍ୟପଟେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗ୍ୟାସ୍ ଲିକ୍ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ସେଠାକାର ସ୍ଥିତି ଅନୁଧ୍ୟାନ ସହ ସହାୟତା ପ୍ରଦାନ କରାଯାଉଛି । ଲୋକଙ୍କ ସୁରକ୍ଷା ଓ କଲ୍ୟାଣ କାମନା କରିଛନ୍ତି ଧର୍ମେନ୍ଦ୍ର ।

ସୂଚନା ଅନୁସାରେ ଆଜି ଆନ୍ଧ୍ରପ୍ରଦେଶ ବିଶାଖପାଟଣାରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ବିଷାକ୍ତ ଗ୍ୟାସ ଲିକ ହୋଇ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦୦୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଗ୍ୟାସ ଲିକ୍ ଫଳରେ ଆଖି ପୋଡ଼ିବା ସହ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ସେଠାରେ ଏକ ଫାର୍ମା କମ୍ପାନୀରୁ ବିଷାକ୍ତ ଗ୍ୟାସ ଲିକ୍ ହୋଇଥିବା ଅଭିଯୋଗ ହୋଇଛି ।