ଭୁବନେଶ୍ୱର() କରୋନାସାରା ବିଶ୍ୱରେ କେବଳ ଏକ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ, ଏହା ଅନେକ ଅର୍ଥନୈତିକ ଓ ସାମାଜିକ ସମସ୍ୟା ସୃଷ୍ଟି କରୁଛି । ଏହାର ମୁକାବିଲା କରିବା ତଥା ରାଜ୍ୟର ୧୧୪ଟି ପୌରାଞ୍ଚଳର ସହର ମାନଙ୍କରେ ରହୁଥିବା ଅର୍ଥନୈତିକ ଦୁର୍ବଳ ଶେ୍ରଣୀର ଲୋକଙ୍କୁ ରୋଜଗାର ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦ କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି । ଏଥିରେ ଶ୍ରମଭିତ୍ତିକ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି ।
ଏହାଦ୍ୱାରା ସହରାଞ୍ଚଳର ସାଢେ ଚାରି ଲକ୍ଷ ପରିବାର ଉପକାର ପାରିବେ । ଚଳିତ ଅପେ୍ରଲ ମାସରୁ ଆରମ୍ଭ ହୋଇ ଆଗାମୀ ସେପେ୍ଟମ୍ବର ମାସ ପର୍ଯ୍ୟନ୍ତ ଚାଲିବ । ମିଶନ ଶକ୍ତିର ମା ମାନଙ୍କ ସହୟତା ଓ ସହଭାଗିତାରେ ଏହି କାର୍ଯ୍ୟକ୍ରମ କରାଯିବ । ହିତାଧିକାରୀଙ୍କ ମଚୁରୀ ପ୍ରତି ସପ୍ତାହରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯିବ ।
ବତ୍ର୍ତମାନ ଏହି କଷ୍ଟକର ସମୟରେ ରାଜ୍ୟ ସରକାର ସହରାଞ୍ଚଳର ଗରିବ ଲୋକମାନଙ୍କୁ ରୋଜଗାର ଦେବା ପାଇଁ urban wage employment initiative ନାମରେ ଏକ ଜରୁରୀକାଳୀନ କାର୍ଯ୍ୟକ୍ରମ ଅାରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ରାଜ୍ୟର ୧୧୪ ପୌରାଞ୍ଚଳଗୁଡିକରେ ରହୁଥିବା ଶ୍ରମିକ, ଗରିବ ଲୋକ ଏବଂ ଦିନ ମଜୁରିଆ ଶେ୍ରଣୀର ଲୋକମାନଙ୍କ ପାଇଁ ଜୀବିକା ସୃଷ୍ଟି କରାଯିବ ।
ଏହି ଯୋଜନାରେ ସହରାଞ୍ଚଳରେ ଅନେକ ଶ୍ରମଭିତ୍ତିକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏଥିରେ ଜେ୍ରନଗୁଡିକରୁ ମାଟି ଓ ଅନ୍ୟାନ ବର୍ଜ୍ୟବସ୍ତୁର ସଫେଇ, ଜଳାଶୟ ଖନନ ଓ ବନୀକରଣ, ପାର୍କ, ଖେଳପଡିଆ ଓ ଅନ୍ୟାନ ଖୋଲାସ୍ଥାନଗୁଡିକର ଉନ୍ନତିକରଣ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସାମୟିକ କାର୍ଯ୍ୟକେ୍ଷତ୍ର ନିର୍ମାଣ, ବନୀକରଣ, ଶୌଚାଳୟ ନିର୍ମାଣ ଏବଂ ସହରାଞ୍ଚଳ ସୌନ୍ଦର୍ଯ୍ୟକରଣ ସହିତ ନିର୍ମାଣ ଅବଶେଷର ନିଷ୍କାସନ ସହିତ ଅନ୍ୟାନ ଶ୍ରମଭିକ ବିକାଶମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏହାସହିତ ସ୍ଥାନୀୟ ଶିଳ୍ପୀ ଓ କାରିଗରମାନଙ୍କୁ ରୋଜଗାର ଦେବା ପାଇଁ କାନ୍ଥରେ ଚିତ୍ରାଙ୍କନ ଓ ମୁରାଲ ନିର୍ମାଣ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରାଯିବ ।
ଏହି ସମସ୍ତ କାର୍ଯ୍ୟକ୍ରମ ସମୟରେ ସାମାଜିକ ଦୂରତ୍ୱ ଓ କୋଭିଡ ମୁକାବିଲା ପାଇଁ ସରକାର ଜାରି କରିଥିବା ବିଭିନ୍ନ ନିଦେ୍ର୍ଦଶାବଳୀ ଅନୁପାଳନ କରାଯିବା ଉପରେ ଗୁରୁତ୍ୱାରୋପ କରାଯିବ । ଏହି କାର୍ଯ୍ୟକ୍ରମ ଅର୍ଥନୈତିକ ଦୁର୍ବଳ ଶେ୍ରଣୀର ଲୋକଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଅାଶା ପ୍ରକାଶ କରିଛନ୍ତି ।