କେନ୍ଦ୍ରାପଡା: ଘରୋଇ କଳିରୁ ଘଟିଛି ଏକ ଅଭାବନୀୟ ଘଟଣା । ମାଆ ସାଜିଲା ରାକ୍ଷାସୀ । ମାତ୍ର ଦେଢ ମାସର ଶିଶୁ ପୁତ୍ରକୁ ହତ୍ୟା କଲା ମାଆ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କାନପୁର ଗାଁରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଶିଶୁ ପୁତ୍ରକୁ କୂଅରେ ପକାଇ ଦେଇଥିଲା ମାଆ । କୂଅରୁ ମୃତଦେହ ଉଦ୍ଧାର କରାଯାଇଛି । ମାଆ ହିଁ ଶିଶୁକୁ କୂଅରେ ପକାଇ ହତ୍ୟା କରିଛି ବୋଲି ମୃତ ଶିଶୁର ଆଈ କହିଛନ୍ତି । ପୋଲିସ ବାପା, ମାଆଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।