ଭୁବନେଶ୍ୱର: ଆସୁଛି ସାବିତ୍ରୀ ବ୍ରତ । ଫଳ ବଜାରରେ ଲାଗି ଲୋକଙ୍କ ଭିଡ଼ । ତେବେ ମହାମରୀରେ ଘରେ ଫଳ ଓ ପୂଜା ସାମଗ୍ରୀ ପହଞ୍ଚଇବ ମୋ ଭାଇ ଆପ୍ । କଟକ, ଭୁବନେଶ୍ୱର ଓ ବାଲେଶ୍ୱରରେ ଏହି ଆପ୍ ମାଧ୍ୟମରେ ସାମଗ୍ରୀ ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ଜ୍ୟୋତିରଞ୍ଜନ ସାହୁ ।
ୱେବସାଇଟ ମାଧ୍ୟମରେ ଜିନିଷ ଅର୍ଡର କରିବାର ୨୪ ଘଣ୍ଟାରେ ପୂଜା ସାମଗ୍ରୀ ଘରେ ପହଞ୍ଚାଯିବ । ଚଳିତବର୍ଷ ସାବିତ୍ରୀ ଵ୍ରତ ପାଇଁ ଦୁଇଟି ପୁଟୁଳି ବ୍ୟବସ୍ଥା କରିଛନ୍ତି । ଯାହାର ଦର ରହିଛି ୫୦୦ ରୁ ୧୦୦୦ ଟଙ୍କା।
୫୦୦ ଟଙ୍କିଆ ପୁଟୁଳିରେ ୫ ପ୍ରକାରର ଫଳ ଯଥା- ଆମ୍ବ ୧ କେଜି, ଅଙ୍ଗୁର ଅଧ କେଜି, ନଡ଼ିଆ ୧ଟା, ସେଓ ଅଧ କେଜି, କଦଳୀ ୬ଟି, ଖଜରା, ସପୁରୀ, ସାଗୁ ଓ ମିଶ୍ରି ଅଧ କେଜି ଘରେ ଯୋଗାଇ ଦିଆଯିବ । ଏହା ସହ ସାବିତ୍ରୀ ବ୍ରତ ପାଇଁ ଦର୍ପଣ, ସିନ୍ଦୁର, ଅଳତା, ବିନ୍ଦି, ଶଙ୍ଖା, ସାବିତ୍ରୀ ବହି ଇତ୍ୟାଦି ରହିଛି।
ସେହିପରି ୧୦୦୦ ଟଙ୍କିଆ ପୁଟୁଳିରେ ୭ଟି ଭେରାଇଟିର ଫଳ ଯଥା- ଆମ୍ବ ୨ କେଜି, ଅଙ୍ଗୁର, କମଳା, ବେଦନା ଅଧ କେଜି, ନଡ଼ିଆ ୧ଟା, ସେଓ ଅଧ କେଜି, କଦଳୀ ୬ଟି, ଖଜରା, ସପୁରୀ, ସାଗୁ ଓ ମିଶ୍ରି ଅଧ କେଜି ଏହାସହ ସାବିତ୍ରୀ ବ୍ରତ, ଦର୍ପଣ, ସିନ୍ଦୁର, ଅଳତା, ବିନ୍ଦି, ଶଙ୍ଖା, ସାବିତ୍ରୀ ବହି ରହିଛି।
ଆସନ୍ତା ୮ ତାରିଖ ଅର୍ଡରର ଶେଷ ଦିନ ରଖିଛନ୍ତି ବୋଲି ଜ୍ୟୋତିରଞ୍ଜନ କହିଛନ୍ତି । ଅର୍ଡର ଡେଲିଭରି ୩୦ ଟଙ୍କା ଦେୟ ଦେବାକୁ ପଡିବ। ଅର୍ଡର କରିବା ପାଇଁ ୯୧୭୮୪୫୪୪୪୪ ନମ୍ବର ଅଥବା ‘http://www.mobhai.com’ ରେ ମଧ ଅର୍ଡର କରିବାର ସୁବିଧା ରହିଛି।