Odia News Portal

ଆଜିଠୁ ଆରମ୍ଭ ହୋଇଛି ମେଟ୍ରିକ ଫର୍ମଫିଲପ

ଭୁବନେଶ୍ୱର: ନକଟରେ ପ୍ରକାଶ ପାଇଛି ମେଟ୍ରିକ ରେଜଲ୍ଟ । ତେବେ ଅସନ୍ତୁଷ୍ଟ ଥିବା ଛାତ୍ର ଛାତ୍ରୀମାନେ ପୁନର୍ବାର ପରୀକ୍ଷା ଦେବା ଲାଗି ଘୋଷଣା କରିଛନ୍ତି ଶିକ୍ଷାମନ୍ତ୍ରୀ । ଏହି ଆଧାରରେ ଆଜିଠାରୁ ଆରମ୍ଭ ହୋଇଛି ଫର୍ମଫିଲପ । ଯାହା ଜୁଲାଇ ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଚାଲିବ । ବୋର୍ଡ ୱେବସାଇଟ www.bseodisha.ac.inରେ ଏନେଇ ସମସ୍ତ ନିର୍ଦ୍ଦେଶାବଳୀ ଦିଆଯାଇଛି । ବିନା ଫି’ରେ ଫଳାଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଫର୍ମପୂରଣ କରିପାରିବେ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।ପରୀକ୍ଷା ସୂଚୀ ମଧ୍ୟ ପ୍ରକାଶ ପାଇଛି ।

ଜୁଲାଇ ୩୦ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ । ସେହିପରି ଜୁଲାଇ ୩୧ ତାରିଖରେ ଦ୍ବିତୀୟ ଭାଷା, ଅଗଷ୍ଟ ୨ ତାରିଖରେ ଗଣିତ, ୩ ତାରିଖରେ ସାଧାରଣ ବିଜ୍ଞାନ, ୪ ତାରିଖରେ ସାମାଜିକ ବିଜ୍ଞାନ ଓ ୫ ତାରିଖରେ ତୃତୀୟ ଭାଷା ପରୀକ୍ଷା ହେବ । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହେବ । କେବଳ ଗଣିତ ପାଇଁ ୧୫ ମିନିଟ୍ ଅଧିକ ସମୟ ଦିଆଯିବ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ପରୀକ୍ଷା କରାଯିବ। ୧୫ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଜୁଲାଇ ପରୀକ୍ଷା ଫଳ ବାହାରିବା ପରେ ଯୁକ୍ତ ଦୁଇରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।