Odia News Portal

ଦିଲ୍ଲୀରେ ଖୋଲିଲା, ଓଡ଼ିଶାରେ କେବେ?

ଭୁବନେଶ୍ୱର: ଦେଶର ରାଜଧାନୀରେ ଆରମ୍ଭ ହୋଇଛି ଅନଲକ୍ ପ୍ରକ୍ରିୟା । ତେବେ ଓଡ଼ିଶାରେ କେବେ ଲକଡାଉନକ୍ ଖୋଲିବ ତାକୁ ନେଇ ଏବେ ଆରମ୍ଭ ହୋଇଛି । ରାଜ୍ୟରେ ୧୭ ତାରିଖ ଯାଏଁ ଲକଡାଉନ ଜାରି ରଖାଯାଇଛି । ତେବେ ଏହା ଆହୁରି ଲାଗି ରହିବ ନାଁ କୋହଳ କରାଯିବ ତାକୁ ନେଇ ସବୁଠି ହେଉଛି ଆଲୋଚନା । ରାଜ୍ୟରେ ଏବେ ଦୈଦିକ ସଂକ୍ରମଣ ହାର କମିବାରେ ଲାଗିଛି । ଏଣୁ ଏହାକୁ ଦୃଷ୍ଟିରେ ରଖି ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆକଳନ କରାଯାଉଛି ।

ସେପଟେ କିଛି ଅମାନିଆଙ୍କ ଲାଗି ଲକଡାଉନ ବଳବତର ରହିବ ବୋଲି ମଧ୍ୟ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । କରୋନାର ଚେନ ଭାଙ୍ଗିବା ଲାଗି ଲକଡାଉନ ଓ ସଟଡାଉନ ଘୋଷଣା କରାଯାଇଥିଲେ ସୁଦ୍ଧା କିଛି ଅମାନିଆ ବେପାର ସଟର ପକାଇ ବେପାର କରୁଛନ୍ତି । ରଜ ପୂର୍ବରୁ ପାଟ୍ରୋଲିଂ କରି ଅନେକ ଅମାନିଆଙ୍କୁ ଧରାଯାଇଛି । ତେବେ ଏଭଳି ଲୋକେ ନମାନବିା କାରଣରୁ ସଂକ୍ରମଣ ମଧ୍ୟ ବଢ଼ୁଛି । ଏଣୁ ଦିଗରୁ ଦେଖିବାକୁ ଗଲେ ଅନଲକ ପ୍ରକ୍ରିୟାରେ ବିଳମ୍ବ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ସେପଟେ ନିକଟରେ କୁହାଯାଇଛି କି କମ ସଂକ୍ରମଣ ହୋଇଥିବା ଜିଲ୍ଲା ଗୁଡିକରେ ଆରମ୍ଭ ହେବ ଅନଲକ ପ୍ରକ୍ରିୟା । ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ କିଛି ଗାଇଡ ଲାଇନ ଅନୁସାରେ ଖୋଲିବ ଲକଡାଉନ । ଫିଲ୍ମ ହଲ, ଜିମ୍‌,ସୁଇମିଙ୍ଗ ପୁଲ ଭଳି କିଛି ସ୍ଥାନ ଉପରେ ଲଗାଯାଇପାରେ କଟକଣା । ତେବେ ଦିଲ୍ଲୀରେ ଲକଡାଉନ ଖୋଲିବା ପରେ ଓଡ଼ିଶାରେ କେବେ ଲକଡାଉନ ଖୋଲୁଛି ତାଉପରେ ରହିଛି ସମସ୍ତଙ୍କ ନଜର ।