ଭୁବନେଶ୍ୱର: କିନ୍ନରମାନେ ସବୁବେଳେ ସମାଜରେ ଟାହି ଟାପରା ଶୁଣି ଚଳି ଆସିଥାନ୍ତି । ସମସ୍ତେ ତାଙ୍କୁ ଖରାପ ଭାଷାରେ କୁହନ୍ତି । ତେବେ ସମାଜର ମୁଖ୍ୟ ସ୍ରୋତରେ ସେମାନଙ୍କୁ ସାମିଲ କରିବା ଲାଗି ସରକାର ବିଭିନ୍ନ ଯୋଜନାରେ ମଧ୍ୟ ସେମାନଙ୍କୁ ସାମିଲ କରୁଛନ୍ତି । ତେବେ କିନ୍ନରମାନେ ମଧ୍ୟ ପୋଲିସ ପଦବୀ ଲାଗି ଆବେଦନ କରିପାରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଯାହାକୁ ନେଇ କିନ୍ନରଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସେମାନେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତିକୁ ଭୁରି ଭୁରି ପ୍ରଂଶସା ମଧ୍ୟ କରିଛନ୍ତି ।
ଏବେ ରାଜ୍ୟରେ ୪୭୭ଟି ଏସଆଇଟି ପଦବୀ ବାହାରିଛି । ଯେଉଁଥିରେ କିନ୍ନରମାନେ ମଧ୍ୟ ଆବେଦନ କରିପାରିବେ ବୋଲି କୁହାଯାଇଛି । ତେବେ ବାହାରିଥିବା ଏହି ପଦବୀରେ ସଂରକ୍ଷିତ ରହିଛି କି ନାହିଁ ତାହା ସ୍ପଷ୍ଠ ହୋଇନାହିଁ । ତେବେ ସମାଜରେ ବହୁ ଉଚ୍ଚ ଶିକ୍ଷିତ କିନ୍ନରମାନେ ରହିଛନ୍ତି । ସେମାନେ ଏକ ପ୍ରକାର ନିର୍ଯାଚିତ ହୋଇ ରହୁଛନ୍ତି । ଏଣୁ ଏମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ଏହା ରାଜ୍ୟ ସରକାରଙ୍କ ଏକ ପ୍ରୟାସ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।