Odia News Portal

କ୍ବାରେଣ୍ଟାଇନରେ ସାବିତ୍ରୀ ବ୍ରତ, ସିନ୍ଦୁର , ଶଙ୍ଖା ଯୋଗାଇଲା ପଳ୍ପତରୁ ଦାସ ନାସନାଲ ଫାଉଁଣ୍ଡେସନ

ଧର୍ମଶାଳା ()  ପୁରା ବିଶ୍ୱ କରୋନା ମହାମାରୀ ସହ ଯୁଦ୍ଧ କରୁଛି । ଓଡିଶା ମଧ୍ୟ ଏହି ବିପତିର ସାମ୍ନା କରୁଛି । ହେଲେ ଆଜି ଓଡିଆଙ୍କ ଶ୍ରେଷ୍ଠ ପୂଜା ସାବିତ୍ରୀ ବ୍ରତ । କିନ୍ତୁ କରୋନା ନାଇଁ ସାବିତ୍ରୀ ବ୍ରତ ପୂରା ଫିକା ପଡିଯାଇଛି । ଏହାସହ କାରୋନା ପାଇଁ ସଂସ୍କୃତି ଆଉ ପରମ୍ପରାରେ ଏବେ କିଛି ପ୍ରତିବନ୍ଧକ ଦେଖିବା ପାଇଁ ମିଳିଛି । କାରଣ ମନ୍ଦିରରେ ତାଲା ପଡିଛି।ଆଉ ଭକ୍ତ ଗେଟ ବାହାରୁ ଠାକୁରଙ୍କ ଆଡକୁ ନଡିଆଟିଏ ଗଡାଇ ଦେଇ, ଫୁଲ ଓ ଭୋଗ ଲଗାଇ ମନଦୁଃଖରେ ଘରକୁ ଫେରୁଛି। ଏଭଳି ପରିସ୍ଥିତିରେ କ୍ୱାରେଣ୍ଟାଇନରେ ଥିବା ମହିଳାଙ୍କ ପାଇଁ ସାବିତ୍ରୀ ବ୍ରତ ପାଳନ କରିବା ସାତସ୍ୱପ୍ନ ହୋଇପଡିଛି ।

ଏଭଳି କ୍ଷେତ୍ରରେ ଧର୍ମଶାଳା ଛାତ୍ରୀ ନିବାସ କ୍ୱାରେଣ୍ଟାଇନରେ ରହୁଥିବା ମା’ ଓ ଭଉଣୀ ମାନଙ୍କୁ ଆଜି ପଳ୍ପତରୁ ଦାସ ନାସନାଲ ଫାଉଁଣ୍ଡେସନ ପକ୍ଷରୁ ସାବିତ୍ରୀ ବ୍ରତ ପାଳନ କରିବା ପାଇଁ ଫଳ, ଫୁଲ, ସାଢି , ସିନ୍ଦୁର , ଶଙ୍ଖା , ଅଳତା ଓ ପୂଜା ସାମଗ୍ରୀର ବ୍ୟବସ୍ଥା କରାଯାଇଥିଲା । ସମସ୍ତେ ମୁହଁରେ ମାସ୍କ ଓ ସାମାଜିକ ଦୁରତ୍ଵକୁ ଗୁରୁତ୍ଵ ଦେଇ ଏହି ସାବିତ୍ରୀ ବ୍ରତ ପାଳନ କରିଥିଲେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।