Odia News Portal

ଚଳିତବର୍ଷ ଜନ୍ମାଷ୍ଟମୀରେ ପଡ଼ୁଛି ଏହି ଦୁର୍ଲଭ ଯୋଗ

ଭୁବନେଶ୍ୱର: ପୌରାଣିକ ମାନ୍ୟତାନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ର, ହର୍ଷଣ ଯୋଗରେ ତଥା ବୃଷ ରାଶିର ଚନ୍ଦ୍ରମାରେ ହୋଇଥିଲା । ଚଳିତବର୍ଷ ଅଗଷ୍ଟ ୩୦ରେ ପଡୁଛି ଜନ୍ମାଷ୍ଟମୀ । ଏବର୍ଷ ମଧ୍ୟ ଶ୍ରୀକୃଷ୍ଣଙ୍କ ଜନ୍ମ ସମୟରେ ଯୋଗ ପଡୁଛି, ଯାହାକୁ ଜୟନ୍ତୀ ଯୋଗ କୁହାଯାଏ । ଏହା ଖୁବ୍ ଦୁର୍ଲଭ ଯୋଗ । ଅନେକ ବର୍ଷ ପରେ ଏହି ଯୋଗ ପଡିଥାଏ । ସେହିପରି ଚଳିତବର୍ଷ ଜନ୍ମାଷ୍ଟମୀରେ ମଧ୍ୟ ସର୍ଭାର୍ଥ ସିଦ୍ଧି ଯୋଗ ପଡୁଛି । ଯାହା ଆପଣଙ୍କ ଜନ୍ମାଷ୍ଟମୀ ବ୍ରତକୁ ସିଦ୍ଧି କରି ମନସ୍କାମନା ପୁରଣ କରିବ ।

ଜନ୍ମାଷ୍ଟମୀ ତିଥିର ଆରମ୍ଭ ଅଗଷ୍ଟ ୨୯ ରାତି ୧୧ ଟା ୨୫ ମିନିଟ ରୁ ଆରମ୍ଭ ହୋଇ ୩୦ ଅଗଷ୍ଟ ବିଳମ୍ବତ ରାତି ଗୋଟେ ୫୯ ପର୍ୟ୍ୟନ୍ତ ରହିବ ।
ରୋହିଣୀ ନକ୍ଷତ୍ର: ଜନ୍ମାଷ୍ଟମୀ ଦିନ ରୋହିଣୀ ନକ୍ଷତ୍ରର ପ୍ରାରମ୍ଭ ସକାଳ ୬ଟା ୩୯ରୁ ଆରମ୍ଭ ହୋଇ ତା’ ପର ଦିନ ସକାଳ ୯ଟା ୪୩ ମିନିଟ ପର୍ୟ୍ୟନ୍ତ ରହିବ ।
ହର୍ଷଣ ଯୋଗ: ଜନ୍ମାଷ୍ଟମୀ ଦିନ ପ୍ରାତଃ ୭ଟା ୪୮ ହର୍ଷଣ ଯୋଗ
ସର୍ଭାର୍ଥ ସିଦ୍ଧି ଯୋଗ: ଜନ୍ମାଷ୍ଟମୀ ଦିନ ଅର୍ଥାତ ୩୦ ଅଗଷ୍ଟ ସକାଳ ୬ ଟା ୩୯ ରୁ ୩୧ ଅଗଷ୍ଟ ସକାଳ ୫ ଟା ୫୯ ପର୍ୟ୍ୟନ୍ତ ସର୍ଭାର୍ଥ ସିଦ୍ଧି ଯୋଗ ।
ଜନ୍ମାଷ୍ଟମୀ ଦିନ ଶ୍ରୀକୃଷ୍ଣଙ୍କ ପୂଜାର ମୁହୂର୍ତ୍ତ: ୩୦ ଅଗଷ୍ଟ ରାତି ୧୧.୫୯ ରୁ ବିଳମ୍ବତ ରାତି ୧୨ ଟା ୪୪ ପର୍ୟ୍ୟନ୍ତ । ଏହି ସମୟରେ ଆପଣ ବାଲ୍ ଶ୍ରୀକୃଷ୍ଣଙ୍କୁ ପୂଜା କରି ପାରିବେ ।