ଜଗତସିଂହପୁର: ଭାରତୀୟ ଜନତା ପାର୍ଟି ଜଗତସିଂହପୁରର ଯୁବମୋର୍ଚ୍ଚାର ଉପସଭାପତି ହୋଇଛନ୍ତି ଜଗନ୍ନାଥ ବାରିକ । ତାଙ୍କୁ ଏହି ପଦବୀ ଲାଗି ଚୟନ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ୟ୍ୟ, ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମାନସ କୁମାର ମହାପାତ୍ର, ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ଡ଼ଃ ପ୍ରକାଶ ଚଦ୍ର ଦଳାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଜଗନ୍ନାଥ । ତାଙ୍କୁ ଏହି ପଦବୀ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି । ତେବେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ଏଭଳି ପଦବୀ ଦିଆଯାଇଥିବା ଆଲୋଚନା ହେଉଛି ।