Odia News Portal

ଡିଆରଡିଓ ମାମଲାରେ ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ

ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣାରେ ୫ ଜମହ୍‌କୁ ଗିରଫ କରାଯାଇଥିବା ବେଳେ ଏବେ ବି ଖୋଳତାଢ ଜାରି ରହିଛି । ଏହି ମାମଲାରେ ରହସ୍ୟମୟୀଙ୍କ ଠିକଣା ଠାବ ପାଇଁ ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ । ବ୍ରିଟେନ ନମ୍ବରରେ କଥା ହେଉଥିବାରୁ ଇଣ୍ଟରପୋଲର ସହାୟତା ନିଆଯିବ । ବ୍ୟାଙ୍କ ଆକାଉଣ୍ଟ, ମହିଳା ବିଦେଶୀ ଥିବାରୁ ଇଣ୍ଟରପୋଲର ସହାୟତ ନେବ କ୍ରାଇମବ୍ରାଞ୍ଚ । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । 

ଏହାସହିତ ଏହି ମାମଲାରେ ରହସ୍ୟମୟୀଙ୍କ ଫଟୋ ମିଳିଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ସେ କହିଛନ୍ତି ଯେ ରସହସ୍ୟମୟୀଙ୍କ ଫଟୋ ଓ ଭିଡିଓ କଲ ଠାବ କରାଯାଇଛି । ଡାଟା ଭେରିଫାଏ ହେଲା ପରେ ଆବଶ୍ୟକ ପଡିଲେ ଅଭିଯୁକ୍ତଙ୍କୁ ପୁଣି ଥରେ ରିମାଣ୍ଡରେ ଆସିବେ । ତେବେ ଏହି ରହସ୍ୟମୟୀ ମହିଳା ଜଣକ ଜଣେ ଅଭିଯୁକ୍ତର ମୋବାଇଲ୍ ହ୍ୟାକ୍ କରି ରଖିଥିଲେ । ଆଉ ଏହି ମୋବାଇଲ ଜରିଆରେ ସେ ଚାନ୍ଦିପୁର ଡିଆରଡିଓରୁ ଗୁପ୍ତ ତଥ୍ୟ ଚୋରି କରିଥିବା ଅଭିଯୁକ୍ତଙ୍କ ଲିକରେ ଥିବା ଲୋକଙ୍କ ସହ ଯୋଗାଯୋଗ କରୁଥିଲେ ।