ଭୁବନେଶ୍ୱର: ଇନ୍ଦ୍ରମଣୀ ତ୍ରିପାଠୀ ହେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନୂଆ ନିର୍ଦ୍ଦେଶକ । ଏହି ଅବସରରେ ବିଭାଗର କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଦାୟିତ୍ୱ ଗ୍ରହଣ ପରେ ବିଭାଗୀୟ ଅଧିକାରୀଙ୍କ ସହ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଆଲୋଚନା କରିଛନ୍ତି । ପୂର୍ବରୁ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ପଦରୁ କୃପାସିନ୍ଧୁ ମିଶ୍ର ଚାକିରିରୁ ଅବସର ନେଇଥିଲେ ।