Odia News Portal

ଦରଦୀବନ୍ଧୁ ଚିନ୍ମୟୀ

ଅନୁଗୁଳ: ସ୍ୱାର୍ଥପର ଦୁନିଆରେ ମଣିଷ ନିଜର ସୁବିଧା ଖୋଜିଥାଏ । ନିଜର ସ୍ୱାର୍ଥ ଲାଗି ଅନ୍ୟକୁ ବଳି ପକାଇବାକୁ ମଧ୍ୟ ପଛାଇନଥାଏ । କିନ୍ତୁ ଆଜି ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି ଏହି ମହାମାରୀରେ ନିଜ ଜୀବନକୁ ବାଜିରେ ଲଗାଇ ଅନ୍ୟକୁ ସହଯୋଗର ହାତ ବଢ଼ାଉଛନ୍ତି । ଯେଉଁମାନଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଚିନ୍ମୟୀ ଦାସ । ଯିଏକି ଜଣେ କିନ୍ନର । ସମାଜରେ ଚାହି ଟାପରା ଶୁଣି ବଞ୍ଚିଥିବା ଚିନ୍ମୟୀ ଅସହାୟଙ୍କ ବନ୍ଧୁ ପାଲଟିଛନ୍ତି ।

ଜଗତସିଂହପୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ଗଗନ ବିହାରୀ ଦାସ ପରବର୍ତ୍ତୀ ସମୟରେ ଚିନ୍ମୟୀ ହୋଇଛନ୍ତି । ଅଜଣା ଲୋକଙ୍କ ଶବ ଦାହ କରିବା ସହ ମହାମରୀରେ ଅସହାୟଙ୍କୁ ସହଯୋଗର ହାତ ବଢ଼ାଉଛନ୍ତି ସେ । ନିଜ ପରିବାର ଲୋକ କରୋନା ରୋଗୀଙ୍କ ମୃତଦେହକୁ ଛୁଇଁ ନଥିବାବେଳେ ଚିନ୍ମୟୀ ଏକାକୀ ଅନେକଙ୍କ ସଂସ୍କାର କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ପ୍ରଂଶସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟର ମାଧ୍ୟମରେ ଚିନ୍ମୟୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।