ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ଛୁଇଁଛି ମୌସୁମୀ । ଏହାର ପ୍ରବାରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ବର୍ଷା । କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବା ମଧ୍ୟ ନଜରକୁ ଆସିଛି । ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ମଧ୍ୟରୁ ୮ଟିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଅନ୍ୟ ୧୩ଟି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏଣୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।
ଏହା ସହିତ ଜଗତସିଂହପୁର, ପୁରୀ, ଖୋର୍ଧା, କୋରାପୁଟ,ମାଲକାନଗିରି,କଳାହାଣ୍ଡି, କଟକ ଏବଂ ନବରଙ୍ଗପୁର, ଢେଙ୍କାନାଳ,ଯାଜପୁର,ଭଦ୍ରକ,କେନ୍ଦ୍ରାପଡା, ବାଲେଶ୍ବର ଆଦି ଜିଲ୍ଲା ଗୁଡିକରେ ସାମାନ୍ୟରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ଚେତାବନୀ ଜାରୀ କରାଯାଇଛି।
ଗତକାଲିଠାରୁ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ଜାରି ରହିବା ପରେ ଅଧିକାଂଶ ସ୍ଥାନରେ ୭୬ରୁ ୧୦୦ମିମି ବର୍ଷା ରେକର୍ଡ କରାଯାଇଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଓଡ଼ିଶା ଓ ପଶ୍ଚିମବଙ୍ଗ ଗାଙ୍ଗେୟ ଉପତ୍ୟାକାରେ ଲଘୁଚାପ ଘନୀଭୂତ ହୋଇଛି । ଏହା କ୍ରମଶଃ ଝାଡ଼ଖଣ୍ଡ ଓ ଛତିଶଗଡ଼କୁ ମୁହାଁଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।