Odia News Portal

ଆରମ୍ଭ ହେଲା ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ଏୟାରଲିଫ୍ଟ ପ୍ରକ୍ରିୟା

କଟକ: ଏୟାରପୋର୍ଟ ଅଭିମୁଖେ ନିଆଯାଉଛି ଭିଜିଲାନ୍ସ ନିର୍ଦ୍ଦେଶକ ଡ.ଦେବାଶିଷ ପାଣିଗ୍ରାହୀଙ୍କୁ । ଆଜି ତାଙ୍କୁ କୋଲକାତା ନିଆଯିବ । କରୋନାରେ ଆକ୍ରାନ୍ତ ଥିବା ଦେବାଶିଷଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲରୁ ଏୟାର ଆମ୍ବୁଲାନ୍ସ କୋଲାକାତା ନିଆଯିବ । କୋଲକାତାର ୪ଜଣିଆ ଡାକ୍ତରୀ ଦଳ ତାଙ୍କୁ ନେବାକୁ ଆସିଛନ୍ତି । ସ୍ପେଶିଆଲ ଗ୍ରୀନ କରିଡରରେ ତାଙ୍କୁ ଭୁବନେଶ୍ୱର ଏୟାରପୋର୍ଟ ଅଣାଯାଉଛି ।

ସୂଚନା ଥାଉକି, ଡା. ପାଣିଗ୍ରାହୀଙ୍କୁ ମେ ୨୯ରେ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଚିକିତ୍ସିତ ହେବାର ଦୁଇ ଦିନ ପରେ ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ବିଗିଡି ଯାଇଥିଲା। ସେ ଆଇସିୟୁରେ ଥିଲେ ଏବଂ ପରେ ଏକ ଭେଣ୍ଟିଲେଟର ଲଗାଯାଇଛି ।

ତାଙ୍କର ଅମ୍ଳଜାନ ସ୍ତର କ୍ରମାଗତ ଭାବରେ ହ୍ରାସ ପାଉଛି ଏବଂ କୈଣସି ଉନ୍ନତି ପରିଲକ୍ଷିତ ହେଉନାହିଁ । ଡାକ୍ତରୀ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ତାଙ୍କୁ କରୋନା ସଂକ୍ରମଣ ପାଇଁ ଉନ୍ନତ ଚିକିତ୍ସା ପାଇଁ ହାଇଦ୍ରାବାଦର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି।