ଭୁବନେଶ୍ୱର: ରାତି ପାହିଲେ ଗଣେଷ ପୂଜା । ଗଜାନନଙ୍କ ପୂଜା ଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁରୁ ସହର । ଏହିଦିନ ଯଦି ଆପଣ ଶୁଭ ମୁହୂର୍ତ୍ତରେ ଗଣପତିଙ୍କୁ ସ୍ଥାପନା କରିବେ ତେବେ ଏହା ଆପଣଙ୍କ ପାଇଁ ଲାଭଦାୟୀ ହେବ । ସେହିପରି ପୂଜାର ଶୁଭ ମୁହୂର୍ତ୍ତ ୧୨ ଟା ୧୭ ରୁ ଆରମ୍ଭ ହୋଇ ରାତି ୧୦ ଟା ପର୍ୟ୍ୟନ୍ତ ରହିବ । ଆପଣ ଏହି ଶୁଭ ମୁହୂର୍ତ୍ତ ଅବସରରେ ଗଣପତିଙ୍କୁ ସ୍ଥାପନା କରିପାରିବେ ।

ଗଣପତିଙ୍କୁ ସ୍ଥାପନା କରିବା ପରେ ପୁରା ବିଧି ବିଧାନ ସହିତ ପୂଜା କରାଯାଇଥାଏ । ପୂଜା ସମୟରେ ଆପଣ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପିପାରିବେ । ଏହାଦ୍ୱାରା ଲାଭ ହେବ । ସେହିପରି ପ୍ରସାଦ ରୂପେ ମୋଦକ ଏବଂ ଲଡୁ ଭୋଗ ଲଗାଇ ପାରିବେ । ମାନ୍ୟତା ଅନୁସାରେ ମୋଦକ ଏବଂ ଲଡୁ ଉଭୟ ପ୍ରସାଦ ଗଣପତିଙ୍କ ପ୍ରିୟ ।