ଭୁବନେଶ୍ବର() କରୋନାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତାହା ହେଲା ଚଳିତ ବର୍ଷ ଟୁଇନ ସିଟିରେ ଗଣେଶ ପୂଜା ହେବ ନାହିଁ । କରୋନା ପାଇଁ ଏ ବର୍ଷ କଟକ ଓ ଭୁବନେଶ୍ୱରରେ ଗଣେଶ ପୂଜାକୁ ବାରଣ କରାଯାଇଛି । ଟୁଇନ ସିଟିରେ କୌଣସି ମଣ୍ଡପରେ ଗଣେଶ ପୂଜା ହୋଇପାରିବ ନାହିଁ । ମଣ୍ଡପରେ ଗୋଷ୍ଠୀଗତଭାବେ କୌଣସି ଗଣେଶ ପୂଜା ହୋଇପାରିବ ନାହିଁ । ଧର୍ମୀୟ ସମାବେଶକୁ ମନା ଥିବାରୁ ମଣ୍ଡପରେ ଗଣେଶ ପୂଜାକୁ ବାରଣ କରାଯାଇଛି । ଗଣେଶ ପୂଜା ବନ୍ଦ ନେଇ କମିଶନରେଟ ପୁଲିସ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।